ଘୁ.ଉଦୟଗିରି: ସ୍ଥାନୀ ୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୨ନମ୍ୱର୍ ୱାର୍ଡ ଗାଡ଼ାକୁନ୍ଦା ଗ୍ରାମର ଅସହାୟ ଆଦିବାସୀ ବୟୋବୃଦ୍ଧ ସିମାଞ୍ଚଳ ପ୍ରଧାନ (୬୪) ଆଜକୁ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ଅର୍ଥ ଅଭାବ ଯୋଗୁଁ ତାଙ୍କର ଉନ୍ନତମାନର ଚିକିତ୍ସା ହୋଇପାରୁନାହିଁ। ଏଣୁ ସେ କେବଳ ସେଜରେ ଶୋଇ ରହୁଛନ୍ତି ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ଭତ୍ତା ପ୍ରଦାନ କରାଯାଉନାହିଁ ଭତ୍ତା ନିମନ୍ତେ ପୂର୍ବରୁ ବାରମ୍ବାର ଆବେଦନ ପରେ ମଧ୍ୟ ତାଙ୍କ ପ୍ରତି କାହାର ଦୃଷ୍ଟି ପଡୁନି।। ଏଣୁ ଯଥାଶୀଘ୍ର ତାଙ୍କୁ ଭତ୍ତା ପ୍ରଦାନ କରିବା ସହିତ ଟ୍ରାଇ ସାଇକେଲ ଓ ଅନ୍ତଦୋୟ କାର୍ଡ ଯୋଗାଇ ଦେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ପକ୍ଷଘାତ ରୋଗରେ ପୀଡ଼ିତ ଆଦବାସୀ ବୟୋବୃଦ୍ଧ ସୀମାଞ୍ଚଳଙ୍କୁ ଭତା ମିଳିବ କେବେ?
/sambad/media/post_attachments/wp-content/uploads/2024/07/IMG-20240724-WA0235.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)