କାହା ଭୁଲ୍‌ରୁ ଲୋକଙ୍କୁ କଷ୍ଟ? ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ

ପୁଲିସକୁ ‌ଦୋଷ ଠେଲିଲା ପରିବହନ ବିଭାଗ, ଅଫିସର ଭୁଲ କଲେ ଦୁଇଗୁଣା ଜରିମାନା ଆଦାୟ

ଭୁବନେଶ୍ବର: ରାଜ୍ୟରେ ନୂଆ େମାଟର ଯାନ ଆଇନ କାର୍ଯ୍ୟକାରୀ କରାଯିବା ପ୍ରସଙ୍ଗ ଆଜି ନୂଆ େମାଡ଼ େନଇଛି। ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଯାଞ୍ଚ ବେଳେ ଘଟିଥିବା ଅଭାବନୀୟ କାଣ୍ଡ ପାଇଁ ପୁଲିସକୁ ଦାୟୀ କରିଛି। ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି ଶ୍ରୀନିବାସ ଏହି ଘଟଣାରେ ପୁଲିସ ମହାନିର୍ଦେଶକ ଓ ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ଚିଠି େଲଖି ସବୁ େଦାଷ ସେମାନଙ୍କ ମୁଣ୍ଡକୁ େଠଲି ଦେଇଛନ୍ତି।

ମଦୁଆଙ୍କୁ ଛାଡ଼ ନାହିଁ, େମାବାଇଲ୍ ଧରି ଚଳାଇେଲ ବି ଦଣ୍ଡ
ଲାଇସେନ୍ସ ସଂଗ୍ରହ ପାଇଁ ଅଧିକ କାଉଣ୍ଟର େଖାଲିବ

ପରିବହନ ସଚିବ କହିଛନ୍ତି, ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ବେଳେ େଲାକଙ୍କୁ ପୁଲିସ ହଇରାଣ କରିଥିବା ସରକାରଙ୍କ ନଜରକୁ ଆସିଛି। େଯଉଁଥିପାଇଁ େଲାକଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଲା। ମୋଟରଯାନ ଆଇନ-୧୯୮୮ର ଧାରା ୨୧୦(ଖ)ର ବ୍ୟବସ୍ଥା ଅନୁସାରେ ଆଇନକୁ କାର୍ଯ୍ୟକାରୀ କରିବା ବେଳେ ଯଦି ଦାୟିତ୍ବରେ ଥିବା ଅଫିସର କୌଣସି ଭୁଲ୍ କରନ୍ତି ତା’ହେଲେ ତାଙ୍କଠାରୁ ଦୁଇଗୁଣ ଜରିମାନା ଆଦାୟ କରାଯିବାର ନିୟମ ରହିଛି। ତେଣୁ ଗାଡ଼ି ଚାଳକମାନଙ୍କୁ ଅଯଥାରେ ହରାଇରାଣ ନକରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ସମସ୍ତ ଜିଲ୍ଲା ପୁଲିସ୍ ଏସପି ଓ ଡିସିପିଙ୍କୁ ଦେବାକୁ ପରିବହନ ସଚିବ ଦୁଇ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯାଞ୍ଚ ବେଳେ େଲାକଙ୍କ ପ୍ରତି େଯଭଳି ଆଚରଣ ପ୍ରଦର୍ଶନ କରାଗଲା, ତାହାକୁ େନଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ କ୍ଷୁବ୍ଧ। କଡ଼ାକଡ଼ି ଯାଞ୍ଚ କାରଣରୁ େଗାଟିିଏ ପକ୍ଷରେ ମଦ୍ୟପାନ ଜନିତ ଦୁର୍ଘଟଣା କମିଛି ଓ ରାସ୍ତାରେ େଚାରି ଏବଂ ଛିନତାଇ ବି କମିଛି। ପରିସଂଖ୍ୟାନ ଏକଥା ବି ସୂଚାଉଛି େଯ ଏହି ସମୟ ମଧ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଉଛି। ହେଲେ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯିବା ବେଳେ େଯଉଁ ପରିମାଣର ଜରିମାନା ଏବଂ ଆଚରଣ ଉଭୟ ରାଜ୍ୟ ପରିବହନ ଅଧିକାରୀ ଓ ପୁଲିସ ପ୍ରଦର୍ଶନ କଲେ, ତାହା ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷର କାରଣ। ଏଥିରେ ସଂଯମ ରକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ େଚତାଇ ଦେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସରକାରଙ୍କ ପକ୍ଷରୁ ଏକଥା ବି ସ୍ପଷ୍ଟ କରିଦିଆଯାଇଛି େଯ ୩ମାସ ପାଇଁ ମୁଖ୍ୟମନ୍ତ୍ରୀ ଧରପଗଡ େକାହଳ କରିଥିଲେ ହେଁ, କୌଣସି ପରିସ୍ଥିତିରେ ମଦ୍ୟପାନ କରି ଗାଡି ଚାଳନା ଦ୍ବାରା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ବି ଛଡାଯିବ ନାହିଁ। ସେମାନେ ଯାଞ୍ଚର ସମ୍ମୁଖୀନ ହେବେ ଓ ଆବଶ୍ୟକସ୍ଥଳେ ଗିରଫ କରାଯିବ। ସେହିପରି ବିନା େହଲମେଟ ଓ ସିଟ୍ ବେଲ୍ଟରେ ଗାଡିଚାଳନା, େମାଟର ସାଇକେଲରେ ତିନିଜଣ ବସି ଚଳାଇବା କିମ୍ବା େମାବାଇଲରେ କଥାବାର୍ତା େହାଇ ଗାଡି ଚଳାଇଲେ, ସେମାନଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଆଜି ସଚିବ ଜି ଶ୍ରୀନିବାସ ରାଜ୍ୟ ପରିବହନ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆେଲାଚନା କରିଥିଲେ। ପରେ ଗଣମାଧ୍ୟମକୁ ସଚିବ କହିଛନ୍ତି, ରାଜ୍ୟ ସରକାର ୩ମାସ ପାଇଁ ଦେଇଥିବା କଣ୍ଟ ପରିପ୍ରେକ୍ଷୀରେ େଲାକଙ୍କୁ କିଭଳି ପ୍ରଦୂଷଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇେସନସ ମିଳିପାରିବ, େସ େନଇ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ନିଆଯାଇଛି। ପରିବହନ ଅଧିକାରୀମାନେ ନିଜ କାର୍ଯ୍ୟାଳୟରେ ଅତିରିକ୍ତ କାଉଣ୍ଟର ଖୋଲିବେ ଓ ଅଧିକ କର୍ମଚାରୀ ନିେୟାଜିତ କରି ଲାଇସେନ୍ସ ନବୀକରଣ ଓ ନୂଆ ଲାଇସେନସ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ। ଆବଶ୍ୟକସ୍ଥଳେ କ୍ୟାମ୍ପ ଅଫିସ େଖାଲି େଲାକଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ଅନୁରୂପ ଭାବେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବା ଲାଗି ଅଧିକ େକନ୍ଦ୍ର େଖାଲାଯିବାକୁ ବ୍ୟବସ୍ଥା େହଉଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପରିବହନ ଯାଞ୍ଚ ୩ମାସ ପାଇଁ େକାହଳ କରିବା ଲାଗି ନିର୍ଦେଶ ଶୁଣାଇବା ପରେ ବିେରାଧୀ ସରକାରଙ୍କୁ େଘରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗଣମାଧ୍ୟମକୁ କହିଛନ୍ତି, ସରକାର ଟ୍ରାଫିକ ନିୟମ ଆଧାରରେ େଯଉଁମାନଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି, ସେମାନଙ୍କୁ ତୁରନ୍ତ ଅର୍ଥ ଫେରସ୍ତ କରନ୍ତୁ। ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, କାଳିଆ ଟଙ୍କାକୁ ସରକାର ଯେଭଳି ଫେରସ୍ତ ମାଗୁଛନ୍ତି ସେଭଳି ନିଜେ ନେଇଥିବା ଜରିମାନାକୁ ତୁରନ୍ତ ଫେରସ୍ତ କରିବା ଦରକାର। ତେବେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କିନ୍ତୁ ଏହାକୁ େରାକଠୋକ୍ ଏଡାଇ ଯାଇଛନ୍ତି। ଏହା ଅସମ୍ଭବ େବାଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର