ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ଓଡ଼ିଶା ଉପକୂଳରେ ଲାଣ୍ଡଫଲ ବା ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍ । ମାତ୍ର ଏହା କେଉଁ ସ୍ଥାନରେ ଲାଣ୍ଡଫଲ କରିବ ସେ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦିଆଯ଼ାଇନାହିଁ ।
ତେବେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହା ଓଡ଼ିଶାରୁ ଧମରାର ଉତ୍ତର ଓ ବାଲେଶ୍ବରର ଦକ୍ଷିଣରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ।
ଅନ୍ୟପକ୍ଷରେ ଆମେରିକୀୟ ନୌସେନାର ଜଏଣ୍ଟ ଟାଇଫୁନ ଓ୍ବାର୍ଣ୍ଣିଂ ସେଣ୍ଟର ( ଯ଼ୁଗ୍ମ ବାତ୍ୟା ପୂର୍ବାନୁମାନ କେନ୍ଦ୍ର ) ର ପୂର୍ବାନୁମାନ ଅନୁସାରେ ଏହି ବାତ୍ୟା ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଧୀରେ ଧୀରେ ଦୂର୍ବଳ ହେବା ଆରମ୍ଭ କରିବ ।
ତେବେ ଓଡ଼ିଶା ସରକାର ଉଭୟ ପାଣିପାଗ ସଂସ୍ଥାର ରିପୋର୍ଟକୁ ଆଖି ଆଗରେ ରଖି ନିଜର ପ୍ରସ୍ତୁତି ଚଳାଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯ଼େ ରାଜ୍ୟ ସରକାର ଭିତରକନିକାଠାରୁ ଆରମ୍ଭ କରି ଧାମରା ଓ ଚାନ୍ଦବାଲିରେ ଲାଣ୍ଡଫଲ ଆଶଙ୍କା କରି ନିଜର ମୁକାବିଲା ପ୍ରସ୍ତୁତି ଚଳାଇଛନ୍ତି ।
କେଉଁଠାରେ ସ୍ଥଳଭାଗ ଛୁଇଁବ ୟାସ ?
ଲାଣ୍ଡଫଲକୁ ନେଇ ଭାରତୀୟ ପାଣିପାଗ ବିଭାଗ ଓ ଆମେରିକୀୟ ନୌସେନାର ଭିନ୍ନ ମତ
/sambad/media/post_attachments/wp-content/uploads/2021/05/baeaeba6-b23c-47c5-a99b-4811b719977d.jpg)