୪୮ ଘଣ୍ଟିଆ ସଟଡାଉନ : ଜାଣନ୍ତୁ କେଉଁ କେଉଁ ଜରୁରୀ ସେବା ଜାରି ରହିବ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାରସୁଦ୍ଧା ୬ରେ ପହଞ୍ଚିଥିବାବେଳେ ରାଜ୍ୟସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତିନିଟି ସହର-ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮-ଘଣ୍ଟିଆ ସଟଡାଉନ ବା ସଂପୂର୍ଣ ବନ୍ଦ ଘୋଷଣା କରିଛନ୍ତି । ଏହି ସଟଡାଉନ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ଲାଗୁ ହେବ । ପୂର୍ବରୁ ଜାରି ପାସଗୁଡ଼ିକୁ ରଦ୍ଦ କରିଦିଆଯାଇଛି ଓ ଜରୁରୀ ସେବା ପାଇଁ ନୂଆ ପାସ ପ୍ରଦାନ କରାଯିବ ।

କିଛି ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟସବୁକିଛି ଏହି ସମୟରେ ବନ୍ଦ ରହିବ । ଯେଉଁ ଅତ୍ୟାବଶ୍ୟକ ସେବା ଓ ପ୍ରତିଷ୍ଠାନ ଚାଲୁ ରହିବ ତାହା ନିମ୍ନରେ ଦିଆଗଲା….

. ହସପିଟାଲ, ଆମ୍ବୁଲାନ୍ସ
. ପୁଲିସ ଓ ଦମକଳ ବାହିନୀ
. ଟେଲିକମ ସେବା
. ପୌରସଂସ୍ଥା ଦ୍ୱାରା ଚିହ୍ନିତ ପେଟ୍ରୋଲ ପମ୍ପ
. ମାଲ ପରିବହନ ପାଇଁ ରେଳ ଓ ବିମାନବନ୍ଦର
. କମିଶନରେଟ ପୁଲିସ/ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନିତ ଇଲେକେଫ&୍ରାନିକ ମିଡିଆ
. କରୋନା ପରିଚାଳନା ପାଇଁ ଉଦ୍ଦିଷ୍ଟ ଆଇଟି/କଲ ସେଣ୍ଟର
. ପୌରସଂସ୍ଥାର ଜଳଯୋଗାଣ, ପରିମଳ ଓ  ସ୍ବେରେଜ ବିଭାଗ
. ବିଦ୍ୟୁତ ଯୋଗାଣ ଅଫିସ
. ଔଷଧ ନିୟନ୍ତ୍ରକ/ପୌରସଂସ୍ଥା ଦ୍ୱାରା ଚିହ୍ନିତ ଔଷଧ ଦୋକାନ
. ମାଲ ପରିବହନ କରୁଥିବା ଟ୍ରକ

ସମ୍ବନ୍ଧିତ ଖବର