ପୁରୀ: ଚଳିତବର୍ଷ ରଥଯାତ୍ରାର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁରୀକୁ ଗମନାଗମନ କରିବା ପାଇଁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ କରି ବସ୍‌, ଲଘୁଯାନ ଏବଂ ବାଇକ୍‌ରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପୁଲିସ ପକ୍ଷରୁ ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାକୁ ଅନୁସରଣ କଲେ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଦିନ ପାଇଁ ଲାଗୁ ରହିବ।

Advertisment

ରାଜ୍ୟ ବାହାରୁ ତଥା ଭୁବନେଶ୍ବର ଆଡ଼ୁ ଆସୁଥିବା ସମସ୍ତ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପାର୍କିଂ କରାଯିବ ଏବଂ ସମାନ ମାର୍ଗ ଦେଇ ଫେରିବେ। ଭୁବନେଶ୍ବରରୁ ନିୟମିତ ଯାତ୍ରୀବାହୀ ବସ୍‌ଗୁଡ଼ିକ ତାଳବଣିଆଠାରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ପାର୍କିଂ କରିବେ। ସେମାନେ ମାଳତୀପାଟପୁର ରେଲୱେ ଓଭରବ୍ରିଜ୍‌, ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବେ। ଏହି ବସ୍‌ଗୁଡ଼ିକ ଗ୍ରିଡ୍‌ ଷ୍ଟେସନ୍‌ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ବଜାର ଓ ବାଟଗାଁ ଛକ ଦେଇ ଭୁବନେଶ୍ବରକୁ ଫେରିବେ। ସେହିପରି କୋଣାର୍କରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‌ଗୁଡ଼ିକ ତାଳବଣିଆଠାରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ପାର୍କିଂ କରିବେ। ସେମାନେ ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ୍‌ ଛକ ଓ ଭୁଦାନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବେ। ଏହି ବସ୍‌ଗୁଡ଼ିକ ସେହି ରାସ୍ତା ଦେଇ ଫେରିବେ। ସେହିପରି ବ୍ରହ୍ମଗିରି ଆଡ଼ୁ ଆସୁଥିବା ବସ୍‌ଗୁଡ଼ିକ ମଙ୍ଗଳାଘାଟ ବାଇପାସ୍‌ ଦେଇ ମାଳତୀପାଟପୁର ରେଲୱେ ଓଭରବ୍ରିଜ୍‌, ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ତାଳବଣିଆଠାରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ପାର୍କିଂ କରିବେ। ଏହି ବସ୍‌ଗୁଡ଼ିକ ସମାନ ମାର୍ଗ ଦେଇ ଫେରିବେ। ସେହିପରି ଭୁବନେଶ୍ବର ଆଡ଼ୁ ଆସୁଥିବା ଚାରିଚକିଆ ଲଘୁ ଯାନଗୁଡ଼ିକୁ ମାଳତୀପାଟପୁର ରେଲୱେ ଓଭରବ୍ରିଜ୍‌, ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ, ଆଇଟିଆଇ ହେଲିପ୍ୟାଡ୍‌ ପାର୍କିଂରେ ପାର୍କ କରିବେ।

ଏହି ଯାନଗୁଡ଼ିକ ଗ୍ରିଡ୍‌ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ବଜାର ଓ ବାଟଗାଁ ଛକ ଦେଇ ଭୁବନେଶ୍ବରକୁ ଫେରିବେ। କୋଣାର୍କ ଭୁବନେଶ୍ବର ଆଡ଼ୁ ଆସୁଥିବା ଚାରିଚକିଆ ଗାଡ଼ିଗୁଡ଼ିକ ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ତାଳବଣିଆ ଇନ୍‌ଡୋର ଷ୍ଟାଡିୟମ, ଆଇଟିଆଇ ହେଲିପ୍ୟାଡ୍‌ ପାର୍କିଂରେ ପାର୍କ କରିବେ। ବ୍ରହ୍ମଗିରି ଆଡ଼ୁ ଆସୁଥିବା ଚାରିଚକିଆ ଲଘୁ ଯାନଗୁଡ଼ିକୁ ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ ଓ ଭୁଦାନ ଛକ ଦେଇ ସମୁଦ୍ରକୂଳ ଯାତ୍ରୀକା ପ୍ୟାଲେସ୍‌ ଓ ନୋଳିଆ ଫିଲ୍ଡ ପାର୍କିଂରେ ପାର୍କ କରିବେ। ଏହି ଯାନଗୁଡ଼ିକ ସମାନ ମାର୍ଗରେ ଫେରିବେ। ସେହିପରି ଭୁବନେଶ୍ବର ଆଡ଼ୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଜଗନ୍ନାଥବଲ୍ଲଭ, ଜେଲ୍‌ ରୋଡ୍‌, ମାଟିତୋଟା ଫିଲ୍ଡଠାରେ ପାର୍କିଂ କରିବେ। କୋଣାର୍କ ଆଡ଼ୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଗ୍ରିଡ୍‌ ଷ୍ଟେସନ ଛକ, ସିଟି ରୋଡ୍‌, ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ୍‌ ବିଚ୍‌, ହୋଟେଲ ନୀଳାଚଳ ଅଶୋକ, ହୋଟେଲ, ହଲିଡେ ରିସର୍ଟ ପଛପଟଠାରେ ପାର୍କିଂ କରିବେ। ସେହିପରି ପୁରୀ ଟାଉନର ଅଟୋରିକ୍ସାଗୁଡ଼ିକୁ ତାଳବଣିଆଠାରୁ ରାମ ମନ୍ଦିର, ମାଳତୀପାଟପୁରଠାରୁ ଅଠରନଳା ପର୍ଯ୍ୟନ୍ତ ଏବଂ ନିୟମିତ ବସ୍‌ଗୁଡ଼ିକୁ ସୁଭାଷ ବୋଷ ଛକଠାରୁ ଲାଇଟ୍‌ ହାଉସ୍‌ ପର୍ଯ୍ୟନ୍ତ ଅନୁମତି ମିଳିବ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଯେକୌଣସି ସହାୟତା ପାଇଁ ପୁଲିସର ୨୪/୭ ଘଣ୍ଟିଆ ହେଲ୍ପଲାଇନ୍‌ ଫୋନ୍‌ ନମ୍ବର ୬୩୭୦୯୬୭୧୦୦ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି।

ପାର୍କିଂ ବ୍ୟବସ୍ଥା
ପୁରୀ: ରଥଯାତ୍ରା ସମୟରେ ପୁରୀକୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିବ। ଏଥିପାଇଁ ବସ୍‌ଠାରୁ ଆରମ୍ଭ କରି ଦୁଇଚକିଆ ଯାନ ବ୍ୟବହୃତ ହେବ। ତେଣୁ ସବୁଗାଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବସ୍‌ ରାଜ୍ୟ ବାହାରୁ ତଥା ଭୁବନେଶ୍ବର ଦିଗରୁ ଆସୁଥିବା ବସ୍‌ ମାଳତୀପାଟପୁରରେ ପାର୍କିଂ ହେବ ଭୁବନେଶ୍ବରରୁ ନିୟମିତ ଆସୁଥିବା ଯାତ୍ରୀବାହୀ ବସ୍‌ ଭାୟା ମାଳତୀପାଟପୁର ଓଭରବ୍ରିଜ- ବାଇଦାସ ଛକ-ଗ୍ରିଡ୍‌ ଷ୍ଟେସନ୍‌ ଛକ-ଭୂଦାନ ଛକ ଦେଇ ତାଳବଣିଆଠାରେ ଅସ୍ଥାୟୀ ଷ୍ଟାଣ୍ଡରେ ପାର୍କିଂ କରିବେ। ଫେରିବା ବେଳେ ଗ୍ରିଡ ଷ୍ଟେସନ୍‌ ଛକ-ବାଲିଘାଟ-ଗୋପାଳପୁର-ସମଙ୍ଗରା-ବୀରହରେକୃଷ୍ଣପୁର ବଜାର-ବାଟଗାଁ ଦେଇ ଫେରିବେ। କୋଣାର୍କ ଦିଗରୁ ଆସୁଥିବା ବସ୍‌ ତାଳବଣିଆରେ ପାର୍କିଂ ହେବ।
ବ୍ରହ୍ମଗିରି ଦିଗରୁ ଆସୁଥିବା ବସ୍‌ ମଙ୍ଗଳାଘାଟ ବାଇପାସ୍‌ ଦେଇ ତାଳବଣିଆରେ ପାର୍କିଂ ହେବ ଟାଉନ ବସ୍‌, ଅଟୋ

ଟାଉନ ବସ୍‌ ଓ ଅଟୋ ରିକ୍ସା ତାଳବଣିଆଠାରୁ ରାମମନ୍ଦିର-ମାଳତୀପାଟପୁର-ଅଠରନଳା ପର୍ଯ୍ୟନ୍ତ ଏବଂ ନିୟମିତ ଟାଉନ ବସ୍‌ ସୁଭାଷ ବୋଷ ଛକଠାରୁ ଲାଇଟ୍‌ହାଉସ୍‌ ପର୍ଯ୍ୟନ୍ତ ଚଳାଚଳ କରିବ। ଦୁଇଚକିଆ ଯାନ ରହଣି ଜଗନ୍ନାଥବଲ୍ଲଭ, ଫ୍ଲୋରିସ୍‌ ଇଣ୍ଡିଆ, ବ୍ଲୁ ଫ୍ଲାଗ୍‌ ବିଚ୍‌, ମଶାଣିଚଣ୍ଡୀ, ଏସ୍‌ସିଏସ୍‌ କଲେଜ, ହଲିଡେ ରିସୋର୍ଟଠାରେ ଦୁଇଚକିଆ ଯାନଗୁଡ଼ିକ ପାର୍କିଂ କରିବେ। ଚାରିଚକିଆ ରହଣି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ବାରବାଟୀ କଲ୍ୟାଣ ମଣ୍ଡପ, ହେଲିପ୍ୟାଡ, ଆଇଟିଆଇ ପଡ଼ିଆ, ଭୂଦାନ ପଡ଼ିଆ, ଯାତ୍ରିକା, ଗଦାଧର ହାଇସ୍କୁଲ, ନାଲିପଡ଼ିଆ, ଇନ୍‌ଡୋର ଷ୍ଟାଡିୟମ୍‌, ନୀଳାଚଳ ଅଶୋକ ହୋଟେଲ୍‌, ଛପନ ଛକ, ଜଗନ୍ନାଥବଲ୍ଲଭ, ଜେଲ୍‌ ରୋଡ୍‌ ପାର୍କିଂରେ ଚାରିଚକିଆ ଯାନଗୁଡ଼ିକ ପାର୍କିଂ କରିବେ।

ଜରୁରିକାଳୀନ ଯୋଗାଯୋଗ ନମ୍ବର
ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ଭକ୍ତ, ପର୍ଯ୍ୟଟକଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ଜରୁରିକାଳୀନ ଯୋଗାଯୋଗ ନମ୍ବର ଜାରି କରାଯାଇଛି।
ପୁଲିସ କଣ୍ଟ୍ରୋଲରୁମ ଓ ଜରୁରୀ ସେବା : ୧୧୨
ପର୍ଯ୍ୟଟନ ପୁଲିସ : ୧୮୦୦୨୦୦୨୫୨୪
ପର୍ଯ୍ୟଟନ ମୁଖ୍ୟ କଣ୍ଟ୍ରୋଲରୁମ୍‌ : ୨୨୨୦୩୩
ଚିକିତ୍ସା ସହାୟତା : ୦୬୭୫୨-୨୨୩୭୪୨/ ୨୨୨୦୬୨
ରେଳ ଇନକ୍ବାରି : ୧୩୯/୨୨୬୭୧୭
ପର୍ଯ୍ୟଟନ ଓ ପରିବହନ ସେବା : ୨୨୩୫୨୬
ଅଗ୍ନିଶମ କଣ୍ଟ୍ରୋଲରୁମ : ୦୬୭୫୨-୨୨୨୧୦୧/ ୨୨୧୧୦୧
ଚାଇଲଡ ଲାଇନ : ୧୦୯୮/ ୦୬୭୫୨-୨୯୯୦/୨୨୯୯୯୯
ମୁକ୍ତ ଆଶ୍ରୟସ୍ଥଳ ଯୋଗାଯୋଗ କେନ୍ଦ୍ର : ୦୬୭୫୨-୨୨୫୨୦୩,
ମୋ: ୯୪୩୭୦୩୭୨୦୩