ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଲକ୍ଷ୍ମୀଧରପୁର ଗ୍ରାମର ଜଣେ ବୃଦ୍ଧା ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ରେଳବାଇ ପୁଲିସ ସୂତ୍ରରୁ ପ୍ରକାଶ ୧୨ ତାରିଖ ସକାଳ ୯ ଟାରେ ଲକ୍ଷ୍ମୀଧରପୁର ଗ୍ରାମର ସ୍ବର୍ଗତ ଶ୍ରୀକର ନାଏକଙ୍କ ପତ୍ନୀ କୁନ୍ତଳା(୭୦) ରେଳ ଲାଇନ ପାର ହେଉଥିଲେ। ଏହି ସମୟରେ ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଇଣ୍ଟରସିଟି ଟ୍ରେନ ଧକ୍କା ଦେବାରୁ କୁନ୍ତଳା ମୃତ୍ୟୁବରଣ କରିଥିଲେ। ରେଳବାଇ ପୁଲିସ ମୃତଦେହ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ବ୍ୟବଚ୍ଛେଦ ପରେ ଅପମୃତ୍ୟୁ ମାମଲାରେ ତଦନ୍ତ ଚଳାଇଛି।
ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ
/sambad/media/post_attachments/wp-content/uploads/2023/11/F-t72mfa8AATG9Z.jpeg)