ଚାନ୍ଦବାଲିରୁ ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର

ଚାନ୍ଦବାଲି : ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପାଞ୍ଚପଡା ଗ୍ରାମରୁ ଉଦ୍ଧାର ହେଲା ବିରଳ ଧଳା ସାପ। ପାଖାପାଖି ସାଢେ ୩ପୁଟର ଏହି ସାପକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ସ୍ଥାନୀୟ ଯୁବକ ଗୁଗଲରେ ସର୍ଚ୍ଚ କରି ଜାଣିବାକୁ ପାଇଲେ ଏହା ଚାଇନିଜ ସାପ। ସବୁଠୁ ଗୁରୁତ୍ୱ ପୁର୍ଣ କଥା ଏଭଳି ବିରଳ ସାପ ଏଠାକୁ କେମିତି ଆସିଲା। ଲୋକଙ୍କ କହିବା କଥା କିଛିବର୍ଷ ପୂର୍ବରୁ ଏଭଳି ବିରଳ ପ୍ରଜାତିର ବଡ଼ ଧଳା ସାପ ଦେଖିଥିଲେ। ପୂର୍ବରୁ ଏହିସ୍ଥାନରେ ରାଇସ୍‌ ମିଲ ଥିବାରୁ ଦେଶ ବିଦେଶରୁ ଜାହାଜ ଯୋଗେ ମାଲ ପରିବହନ କରାଯାଉଥିବା ବେଳେ ଏଭଳି ସାପ ଅସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପାଞ୍ଚପଡା ଗ୍ରାମର ଯୋଗେଶ ଦାଶଙ୍କ ବାଡିରୁ ଏହି ବିରଳ ସାପ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ତାଙ୍କ ଗାଧୁଆ ଘରେ ସାପଟି ପଶିଯାଇଥିବା ବେଳେ ଧଳା ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଖୁବ କ୍ଷିପ୍ର ବେଗରେ ଚାଲୁଥିବାରୁ ଏହା ବିଷଧର ସାପ ହୋଇଥାଇପାରେ ବୋଲି ଭୟଭୀତ ହୋଇଯାଇଥିଲେ। ପରେ ପରିବାର ଲୋକେ ଡାକ ପକାଇବାରୁ ଯୋଗେଶ କୌଶଳ କ୍ରମେ ସାପଟିକୁ ଧରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର