ସନ୍ତାନ ପାଇଁ କିଏ ଚାଁହୁ ନଥିଲେ ବର୍ଷା ନା ଅନୁଭବ?

ଭୁବନେଶ୍ୱର: ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ | ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି | ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ପିଟିସନରେ ଅନୁଭବଙ୍କ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ | ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା | ପ୍ରଥମ ରାତିରେ ବର୍ଷା ସମ୍ପର୍କ ରଖିବାକୁ ମନା କରିଥିଲେ ଆଉ ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା | ବର୍ଷାଙ୍କ ନିଷ୍ପତ୍ତିକୁ ଅନୁଭବ ସମ୍ମାନ ଜଣାଇଥିଲେ | ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ |କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା |

ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ | ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ବର୍ଷା ଗତକାଲି ପିଟିସନରେ ଉଲ୍ଲେଖ କରିଥିଲେ ଯେ ଭବିଷ୍ୟତ(ସନ୍ତାନ) ପାଇଁ ଯୋଜନା କରିଥିଲେ ବି ଅନୁଭବ ଏହାକୁ ଏଡାଇ ଯାଇଥିଲେ | ବିଳମ୍ବିତ ରାତି ଯାଏଁ ମଦ ପିଉଥିବାବେଳେ ବର୍ଷା ପୂରା ରାତି ଏକୁଟିଆ କାନ୍ଦୁଥିଲେ |

ସ୍ୱାମୀ ଅନୁଭବଙ୍କ ପାଇଁ ରାତ୍ରି ଭୋଜନ ପାଇଁ ଅପେକ୍ଷା କରୁଥିଲେ ବି ସେ ପ୍ରଚୁୁର ମଦ୍ୟପାନ କରି ଘରକୁ ଫେରୁଥିଲେ | ବର୍ଷା ଏଥିରେ ଆହୁରି ଲେଖିଛନ୍ତି, ଅନୁଭବ ଜଣେ ମଦ୍ୟପ । ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଏବଂ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି । ଏପରିକି ବେଡରୁମରେ ବର୍ଷାଙ୍କୁ ଉପସ୍ଥିତିରେ ସାଙ୍ଗସାଥୀଙ୍କୁ ଧରି ଅନୁଭବ ମଦ୍ୟପାନ କରିଥାନ୍ତି ।

ସମ୍ବନ୍ଧିତ ଖବର