ପୁରୀ: ଜଣେ ତୃତୀୟ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘରେ ଝଗଡ଼ା ଲାଗୁଥିଲା। ଝିଅ ଜନ୍ମ ହେବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି। ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି। ତେବେ ଶାଶୁ ତାଙ୍କୁ ନିର୍ଯାତନା ଦେଇନାହାନ୍ତି। ଯାହା ନିର୍ଯାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି।
/sambad/media/post_attachments/wp-content/uploads/2023/01/human-sagar-f-2.jpg)
ଏଣେ କେଉଁ ମହିଳାଙ୍କ ସହ ହ୍ୟୁମାନଙ୍କ ସହ ସଂପର୍କ ଥିବା ଯୋଗୁ ଏଭଳି ଅଘଟଣ ଘଟିଛି, ତାକୁ ନେଇ ଓଲିଉଡରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏନେଇ କେହି ମୁହଁ ଖୋଲୁନାହାନ୍ତି। ଏପରିକି ହ୍ୟୁମାନଙ୍କ ନିକଟତର ଲୋକେ ବି ଏକଥା ଜାଣି ବି କୁଛି କହୁ ନଥିବା କୁହାଯାଉଛି। ତେବେ ହ୍ୟୁମାନ ସାଗରଙ୍କ ଜୀବନରେ ତୃତୀୟ ବ୍ୟକ୍ତି କିଏ, ତାଙ୍କୁ ଖୋଜି ବାହାର କରିବା ଲାଗି ସାମ୍ବାଦିକମାନଙ୍କୁ କହିଛନ୍ତି ପତ୍ନୀ ଶ୍ରେୟା ମିଶ୍ର।
ଏଣେ ଗତ ଗୁରୁବାର ଦିନ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ପୁଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା। କିନ୍ତୁ, ଉଭୟପକ୍ଷ ପୁଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଥିଲେ। ଗଣମାଧ୍ୟମ ସାମ୍ନାରେ ବି ପରସ୍ପର ବିରୋଧରେ ବୟାନ ଦେଇଥିଲେ। ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/human.jpg)