ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଛି। ଏହି ଦୁଇ ଜଣ ଅଭିଯୁକ୍ତ ବୋମା ମାଡ କରିଥିବା ଅନୁମାନ କରି ପୁଲିସ ତଦନ୍ତ ଆଗକୁ ବଢାଇଛି। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି।
ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହିଛି। ବାଇକରେ ବସିଥିବା ଏହି ଦୁଇ ଯୁବକଙ୍କ ଉପରେ ରହିଛି ପୁଲିସର ସନ୍ଦେହ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ଏହି ଦୁଇ ଜଣ ବୋମା ମାଡ କରିଥିବା ଅନୁମାନ କରାଯାଉଛି। ଏହି ଦୁଇ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି କେନ୍ଦୁଝର ପୁଲିସ।
ବିରୋଧ ଦଳ ମୁଖ୍ୟ ସଚେତକଙ୍କ ଗାଡି ଉପରେ ବୋମା ମାଡ ଘଟଣାରେ ସମ୍ପୃକ୍ତ ବିଜେଡି ନେତାଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପ। କେନ୍ଦୁଝର ସହରର ଗାନ୍ଧି ଛକରେ ବିଜେପି କର୍ମୀ ଧାରଣାରେ ବସିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ବିଜେପିର ୭ ଜଣ ବିଧାୟକ। ଏହାପରେ କେନ୍ଦୁଝର ଏସପିଙ୍କୁ ଭେଟି ୭ ବିଜେପି ବିଧାୟକ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ୭ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ସେପଟେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୋହନ ମାଝୀ ଯଦି ଆକ୍ରମଣକାରୀଙ୍କୁ ଚିହ୍ନିଛନ୍ତି, ତେବେ ପୁଲିସକୁ କାହିଁକି କହୁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆକ୍ରମଣ ଘଟଣା ପଛରେ ଖଣିରୁ ଲୋଡିଂ, ଅନଲୋଡିଂ ବିବାଦ ଥିବା ନେଇ ଅନୁମାନ କରାଯାଉଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/15db9735-d236-4238-9676-d8d4524d45e5.jpg)