ଭଦ୍ରକ: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନର ଭୋଟ୍କୁ ନେଇ ଅଧିକ ଅଙ୍କ କଷା ଚାଲିଛି। କାହା ସପକ୍ଷରେ ଭୋଟର ନିଜର ରାୟ ରଖିବେ, ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ମଇଦାନରେ ତିନି ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ନେଇ ସବୁ ଦଳର ଚିନ୍ତା ବଢୁଛି। ରାଜୁ ଯେତେ ଅଧିକ ଭୋଟ ପାଇବେ ତାହା ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି। ରାଜୁଙ୍କ ଭୋଟ ବୃଦ୍ଧିକୁ ନେଇ ବିଜେପିର ସୂର୍ଯ୍ୟବଂଶୀ ଶିବିର ଅଧିକ ଉତ୍ସାହିତ ହେଉଛି। କାଳେ ରାଜୁଙ୍କ ଭୋଟ ବୃଦ୍ଧି। ବିଜେପି ପାଇଁ ସୁବିଧା ଜନକ ସ୍ଥିତି ସୃଷ୍ଠି କରିବ। ସେଥିପାଇଁ ରାଜୁଙ୍କ ଉପରେ ସମସ୍ତଙ୍କ ନଜର।
ଧାମନଗର ଉପନିର୍ବାଚନରେ ଫଳାଫଳ ନିର୍ଣ୍ଣୟ କରିବାରେ ରାଜୁ ଦାସ ଯେମିତି ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ଧାମନଗରରେ ଥିବା ୧୩ ହଜାର ସଂଖାଲଘୁ ଭୋଟ ଉପରେ ସବୁ ନେତାଙ୍କ ନଜର। ସଂଖ୍ୟାଲଘୁ ଭୋଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛି। ଉପନିର୍ବାଚନର ଏଭଳି କଡା ମୁକାବିଲା ଭିତରେ ୧୩ ହଜାର ଏକ ବଡ ସଂଖ୍ୟା। ହେଲେ ସେହି ଭୋଟରୁ କେତେ କାହା ପାଖକୁ ଯାଉଛି ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। କାରଣ ଚାରି ଜଣ ପ୍ରାର୍ଥୀ ସଂଖ୍ୟାଲଘୁ ଭୋଟରଙ୍କ ପାଖରେ ସଙ୍ଗଠନ ରଖିଛନ୍ତି ।
କଂଗ୍ରସରୁ ପ୍ରାର୍ଥୀ ହୋଇଥିବା ବାବା ହରେକୃଷ୍ଣ ସେଠୀ ସଂଖ୍ୟାଲଘୁଙ୍କ ପାଖରେ ନିଜର ଭୋଟ ଭଲ ରଖିଛନ୍ତି ବୋଲି କହୁଥିବା ବେଳେ ସେ ନିଜେ ମୁସଲମମାନଙ୍କ ସହ ରୋଜା ରଖନ୍ତି, ସେମାନଙ୍କ ଜୁଲୁସରେ ସାମିଲ ହୁଅନ୍ତି। ତାଙ୍କର ଓକିଲାତି ଜୀବନରେ ସେ ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସହଯୋଗ କରିଛନ୍ତି। ଶ୍ରୀ ସେଠୀଙ୍କର କିଛି ଦବଦବା ଏଇ ଅଞ୍ଚଳରେ ରହିଛି ବୋଲି ଚର୍ଚ୍ଚା ହେଉଛି। ସେହିଭଳି ରାଜୁ ଦାସ ମଧ୍ୟ ପ୍ରଥମ ଦିନରୁ ସଂଖ୍ୟାଲଘୁ ଭୋଟର ଉପରେ ନଜର ରଖିଛନ୍ତି। ତାଙ୍କର ପ୍ରଚାରରେ ସେ ସବୁବେଳେ ସଂଖ୍ୟାଲଘୁ ଭୋଟରଙ୍କ ଉଦ୍ଦେଶ୍ୟରେ କିଛି ନା କିଛି କହୁଛନ୍ତି। ତେଣୁ ରାଜୁ ଦାସଙ୍କ ସପକ୍ଷରେ ମଧ୍ୟ କିଛି ସଂଖ୍ୟା ଲଘୁ ଭୋଟ ଯାଇପାରେ।
ସେହିଭଳି ବିଜେପି ମଧ୍ୟ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ରାଜ୍ୟ ସଂଖ୍ୟାଲଘୁ ସେଲର ପୁରା ଟିମ୍କୁ ଏଠାରେ ପ୍ରଚାରରେ ଲଗାଇଛି। ସଂଖ୍ୟାଲଘୁ ଭୋଟରଙ୍କ ଭିତରୁ ବିଶେଷ ଭାବରେ ଯୁବବର୍ଗର ଭୋଟରମାନେ ଏବେ ବିଜେପି ମୁହାଁ ବୋଲି ଚର୍ଚ୍ଚା ହେଉଛି। ସଂଖ୍ୟାଲଘୁ ମହିଳାମାନଙ୍କୁ ମଧ୍ୟ ବିଜେପି ନିଜର ନୀରବ ଭୋଟର ଭାବରେ ଭାବି ପ୍ରଚାର ଚଲାଇଛି। ଆଉ ଶାସକ ବିଜେଡି ଦଳ ମଧ୍ୟ କେମିତି ସଂଖ୍ୟାଲଘୁ ଭୋଟକୁ ପୁରା ହାତେଇବ ସେନେଇ ରଣକୌଶଳ ଆରମ୍ଭ କରିଦେଇଛି। ଶାସକ ଦଳର ପୁରା ବିଶ୍ବାସ ସଂଖ୍ୟାଲଘୁ ଭୋଟ ଅଧିକ ସଂଖ୍ୟାରେ ତାଙ୍କ ସପକ୍ଷରେ ଯିବ। ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସଂଖ୍ୟାଲଘୁ ଭୋଟ ଉପରେ ଅଧିକ ନିର୍ଭରଶୀଳ ହୋଇଛି। ନିର୍ବାଚନରେ ସଂଖ୍ୟାଲଘୁମାନଙ୍କର ଏକମାତ୍ର ପ୍ରସଙ୍ଗ ହେଉଛି ବିକାଶ। ଧାମନଗରରେ ବିକାଶ ହେଉ ଏଇ କଥା ଉପରେ ଫୋକସ କରୁଛନ୍ତି ଭୋଟର। ଯିଏ ତାଙ୍କ ଅଞ୍ଚଳରେ ବିକାଶ କରିବା ସେହି ଦଳକୁ ଭୋଟ ଦିଆଯିବ ବୋଲି କିଛି ଭୋଟର ନିଜର ମତ ରଖିଛନ୍ତି। ସମୟ କହିବ ସଂଖ୍ୟା ଲଘୁ ସମ୍ପ୍ରଦାୟ ଭୋଟର କାହା ସପକ୍ଷରେ ଭୋଟ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/50bcf76f-77cd-4966-91f1-088f369d60ef.jpg)