ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ରାଇସେନ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପି, ଜେଏମଏମ୍ କିମ୍ବା କଂଗ୍ରେସ ଦଳ କାହାକୁ ବି ପ୍ରାର୍ଥୀ ଘୋଷଣା ବର୍ତମାନ ସୁଦ୍ଧା କରିନାହିଁ। ଏଠାରେ ଦଳ ବିଜେପିର ପୂର୍ବତନ ବିଧାୟକ ନବଚରଣ ମାଝୀଙ୍କୁ ଦଳ ମୟୂରଭଂଜ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ମାଝୀ ବିଜେଡିର ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କ ସହିତ ଲଢିବେ। ସାଂସଦ ପ୍ରାର୍ଥୀ ନିମନ୍ତେ ଆସାୟୀ ଥିଲେ ବିଜେପିର ଏସଟି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଇଂ ରାମଚନ୍ଦ୍ର ହାଁସଦାଃ।
ତେବେ ଇଂ ହାଁସଦାଃ ଲୋକସଭା ଟିକଟରୁ ବଂଚିତ ହୋଇଥିବାରୁ ତାଙ୍କୁ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଇଂ ହାଁସଦାଃ ଏସଟି ମୋର୍ଚ୍ଚା ପଦବୀରେ ରହି ଦଳ ଏବଂ ଜନସାଧାରଣଙ୍କ ପ୍ରୀୟପାତ୍ର ହୋଇପାରିଛନ୍ତି। ଏଣୁ ଦଳ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ତାଙ୍କୁ ଟିକଟ ଦେବ ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତିରିଂ ବ୍ଲକର ଜଲେନ୍ ନାଏକ ବିଜେଡି ଦଳରେ ରହି ଦୁଇ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ। ସେ କିଛି ମାସ ପୂର୍ବରୁ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେ ମଧ୍ୟ ଜନସାଧାରଣଙ୍କ ସହିତ ସୁଖଦୁଃଖରେ ସାଥ ଦେଇଥାନ୍ତି। ତେଣୁ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟିକଟ ପାଇବା ନେଇ ଚର୍ଚ୍ଚା ହେଉଛି।
ରାମଚନ୍ଦ୍ର ଓ ଜଲେନଙ୍କ ବ୍ୟତୀତ କିଛିଦିନ ପୂର୍ବରୁ ବିଜେପିରେ ଯୋଗଦେଇଥିବା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ତିରିଂ ବ୍ଲକ୍ ଅଧକ୍ଷ ପରମେଶ୍ୱର ସମାଡ, ଫାଗୁରାମ ମାରାଣ୍ଡି, ଗୋପାଲ ବେଶ୍ରା, ବିଜୟ ନାଏକ ପ୍ରମୁଖ ମଧ୍ୟ ବିଜେପି ଦଳରୁ ଟିକଟ ଆଶାୟୀ ଅଛନ୍ତି। ତେବେ ଦେଖିବାକୁ ବାକି ରହିଲା ଦଳ ପକ୍ଷରୁ କାହାକୁ ଟିକଟ ଦିଆଯାଉଛି। ଏହାବ୍ୟତୀତ ଜେଏମଏମ୍ ଓ କଂଗ୍ରେସ ଦଳ ମଧ୍ୟ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଘୋଷଣା କରିନାହିଁ। ତେବେ କଂଗ୍ରେସ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ବିଧାନସଭା ହାତେଇଥିବା ବେଳେ ବର୍ତମାନ ଦଳର ସ୍ଥିତି ଏଠାରେ ସୁଦୃଢ଼ ନଥିବାରୁ ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ ଜେଏମଏମ୍ ଦଳ ମଧ୍ୟରେ ତ୍ରିମୂଖୀ ଲଢେଇ ହେବ ବୋଲି ରାଜନୈତିକ ସମିକ୍ଷକ ମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/QT-BJP-Flag.jpg)