ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ହୋଇଥିବା ମତଦାନର ଗଣତି ଗତକାଲିଠାରୁ ଆରମ୍ଭ ହୋଇଛି। ଶନିବାର ୩୧୫ ଜିଲ୍ଲା ପରିଷଦ ଜୋନ୍ ପାଇଁ ପଡ଼ିଥିବା ଭୋଟ୍ ଗଣତି ହୋଇଥିଲା। ଆଜି ସଂଧ୍ୟାରେ ପ୍ରଥମ ଦିନର ଫଳାଫଳ ଆସିଛି। ଗଣତି ହୋଇଥିବା ୩୧୫ ଜୋନ୍ ମଧ୍ୟରୁ ୩୧୪ଟିର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ବିଜୁ ଜନତା ଦଳକୁ ୨୮୧ଟି ଜୋନ୍ରେ ବିଜୟ ମିଳିଛି। ଭାରତୀୟ ଜନତା ପାର୍ଟି ୧୫ଟି ଜୋନ୍ରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୧୪ଟି ଜୋନ୍କୁ ଦଖଲ କରିଛି। ଅପରପକ୍ଷେ ସ୍ବାଧୀନ ପ୍ରାର୍ଥୀ ୨ଟି ଜୋନ୍ରେ ବିଜୟୀ ହୋଇଥିବା ବେଳେ ଅନ୍ୟମାନେ ୨ଟି ଜୋନ୍ରେ ଜିତିଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଗଣତିରେ କେଉଁ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ କେଉଁଠି ଜିତିଛନ୍ତି, ନିମ୍ନ ତାଲିକାରେ ଦିଆଯାଇଛି।
/sambad/media/post_attachments/wp-content/uploads/2022/02/314-Winning-List_B__Page_01.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_02.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_03.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_04.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_05.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_06.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_07.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_08.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_09.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_10.jpg)
/sambad/media/post_attachments/wp-content/uploads/2022/02/314-Winning-List_B__Page_11.jpg)
ପଞ୍ଚାୟତ ନିର୍ବାଚନରେ ମତଦାତାମାନେ ବିିଜେଡି ଉପରେ ଭରସା ରଖି ଭୋଟ ଦେଇଛନ୍ତି। ଅତୀତରେ ଯେଉଁଠି ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ। ସେହି ସ୍ଥାନଗୁଡ଼ିକରେ ମଧ୍ୟ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ତାର କାୟା ବଢ଼ାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ZP-Candidates-Winning-Party-Wise_Thumbnail.jpg)