ରା.ଉଦୟଗିରି : ସରପଞ୍ଚ ଭୋଟ୍ ସରିଛି। କେବଳ ଗଣତିକୁ ଅପେକ୍ଷା। ତେବେ ଗଜପତି ଜିଲ୍ଲା ରା.ଉଦୟଗିରି ସରପଞ୍ଚ ପ୍ରାର୍ଥିନୀ ସଂଯୁକ୍ତା ପୂଜାରୀଙ୍କ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସଂଯୁକ୍ତାଙ୍କ ଅଭିଯୋଗ ହେଲା, ରା.ଉଦୟଗିରି ସଦର ମହକୁମା ନିର୍ବାଚନ ଲଢ଼ିଥିବା ୬ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ସନ୍ତାନ ସଂଖ୍ୟା ୪ ବା ଏହା ଠାରୁ ଅଧିକ। ସେମାନେ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ସତ୍ତ୍ୱେ ସେମାନଙ୍କୁ କିଭଳି ସୁଯୋଗ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ସୂଚନା ହେଲା, ପ୍ରାର୍ଥୀ ନବୀନ ରଇତଙ୍କ ୫ଟି ସନ୍ତାନ ଥିବାବେଳେ ନରେନ୍ଦ୍ର ମଣ୍ଡଳ, ଫିଲିମନ୍ ରଇତ, ଜୁତିଆ ମଣ୍ଡଳ ଓ ଜେମସ୍ ରାଇକାଙ୍କ ୪ଟି ସନ୍ତାନ ଅଛନ୍ତି। ମିଥ୍ୟା ସତ୍ୟପାଠ କରିଥିବା ଏବଂ ସେମାନଙ୍କୁ ବ୍ଲକ୍ ନିର୍ବାଚନ ଅଧିକାରୀ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଥିବାରୁ ସେ କୋର୍ଟକୁ ଯିବେ ବୋଲି ସଂଯୁକ୍ତା ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଯେଉଁ ପ୍ରାର୍ଥୀମାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି ସେମାନେ ଏହାର କଟୁ ସମାଲୋଚନା କରିଛନ୍ତି।
ଯିଏ ବି ଜିତିବେ ଅଯୋଗ୍ୟ ହେବେ: ପ୍ରାର୍ଥିନୀଙ୍କ ଦାବି
୬ ରୁ ୫ ସରପଞ୍ଚ ପ୍ରାର୍ଥୀଙ୍କ ୪ ବା ଏହାଠାରୁ ଅଧିକ ସନ୍ତାନ
/sambad/media/post_attachments/wp-content/uploads/2022/02/rudayagiri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)