କାହିଁକି ପୂର୍ବ ଥର ଅପେକ୍ଷା ଏଥର ଅଧିକ କଠୋର ହେଲେ ରାଜ୍ୟ ସରକାର ?

ଭୁବନେଶ୍ୱର: ଅନଲକ-୧ କୁ ନେଇ ମାର୍ଗଦର୍ଶିକା ଆଜି ରାଜ୍ୟ ସରକାର ଜାରି କରିଛନ୍ତି | ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାର୍ଗଦର୍ଶିକାର ରୂପରେଖ ବାବଦରେ ବିସ୍ତୃତ ଭାବରେ କହିଛନ୍ତି | ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଜନାବଦ୍ଧ ଭାବରେ ଆମେ ଏହି କରୋନାକୁ ମୁକାବିଲା କରିଆସିଛୁ | ଅନେକ ସଫଳତା ମିଳିଥିଲେ ବି ଏହି ଲଢେଇ ଶୀଘ୍ର ସରିବ ନାହିଁ ତେଣୁ ଏଥିପାଇଁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ | ଜୁନ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଯେଉଁମାନେ ବାହାରୁ ଆସୁଛନ୍ତି ସଂକ୍ରମଣ ସେମାନଙ୍କ ପାଖରେ ଅଧିକ ପଜିଟିଭ ଦେଖାଯାଇଛି | ଗତକାଲି ଦିନ ୧୧ଟା ସୁଦ୍ଧା ରାଜ୍ୟକୁ ପ୍ରାୟ ୪ ଲକ୍ଷ ୨୬ ହଜାର ୫୦୪ ଲୋକ ଓଡିଶାକୁ ଫେରିଛନ୍ତି |

ବର୍ତ୍ତମାନ କିଛିକାଂଶରେ ଟ୍ରେନରେ ଆସୁଥିବା ପ୍ରବାସୀଙ୍କ ସଂଖ୍ୟା କମିଥିବାବେଳେ ଆଗାମୀ ଦିନରେ କିନ୍ତୁ ବଢିବ | ରାଜ୍ୟ ସରକାର ରାଜ୍ୟବାସୀଙ୍କର ଜୀବନ-ଜୀଵିକାକୁ ସମାନ୍ତରାଳ କରିବାକୁ ଚାଁହୁଛନ୍ତି | ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ବାହାରୁ କେହି ଆସିଲେ ହୋମ କ୍ଵାରେଣ୍ଟିନରେ ରହିବେ | କିନ୍ତୁ ଓଡ଼ିଶାରେ କ୍ଵାରେଣ୍ଟିନ ସେଣ୍ଟର ଖୋଲାଯାଇଛି | ରାଜ୍ୟରେ ୭ ଲକ୍ଷ ୩୮ ହଜାର ସାମର୍ଥ୍ୟ ଥିବାବେଳେ ୧୬ ହଜାର ୬୪୪ଟି ଟିଏମସି(ଅସ୍ଥାୟୀ ଚିକିତ୍ସା କେନ୍ଦ୍ର) ରହିଛି | ଗୋଟିଏ ଦିନରେ ୫ ଲକ୍ଷ ୩୭ ହଜାର ୨୨୨ ଲୋକ କ୍ଵାରେଣ୍ଟିନ ସେଣ୍ଟରରେ ରହିଥିଲେ | ସେଥିରୁ ୨ ଲକ୍ଷ ୮୭ ହଜାର ୪୫୩ ଲୋକଙ୍କୁ ଡିସଚାର୍ଜ କରାଯାଇଛି | ଗତକାଲି ମଧ୍ୟରାତ୍ର ସୁଦ୍ଧା ୨ ଲକ୍ଷ ୪୯ ହଜାର ୭୬୯ ଲୋକ କ୍ଵାରେଣ୍ଟିନ ସେଣ୍ଟରରେ ଅଛନ୍ତି | ସେହିପରି ଭାରତ ସରକାରଙ୍କ ପଲିସୀ କହୁଛି ଯେ ପଜିଟିଭ ଓ ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ ହୋମ ଆଇସୋଲେସନ କରାଯାଇପାରିବ |


କିନ୍ତୁ ଓଡ଼ିଶାରେ ତାହାକୁ ଅନୁମତି ଦିଆଯାଉନାହିଁ | ସେହିପରି କୋଭିଡ ହସ୍ପିଟାଲରୁ କେହି ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ବି ରାଜ୍ୟ ସରକାର ୭ ଦିନ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି | ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଏକଦମ ସୁରକ୍ଷିତ ରଖିବା ସହ କୋଭିଡ କବଳରୁ ଜନସାଧାରଣଙ୍କୁ ନିରାପଦ କରିବାକୁ ରାଜ୍ୟ ସରକାର ପ୍ରତିଜ୍ଞାବଦ୍ଧ ଅଛନ୍ତି | ଯେହେତୁ ଲୋକଙ୍କ ଆସିବା ଦିନକୁ ଦିନ ବଢୁଛି ଓ ପ୍ରାୟ ୯୫ ପ୍ରତିଶତ ପଜିଟିଭଙ୍କ ସଂଖ୍ୟା କ୍ଵାରେଣ୍ଟିନ ସେଣ୍ଟରରୁ ହିଁ ଆସୁଛି ତେଣୁ ଆମକୁ ସତର୍କ ରହିବାକୁ ପଡିବ | ଏହି ମାସ ତେଣୁ କିଛି ଅଧିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ବିଚାର କରିଛନ୍ତି | ଯେହେତୁ ଉପକୂଳବର୍ତ୍ତୀ ଜିଲ୍ଲା ସହ ନୟାଗଡ ଓ ବଲାଙ୍ଗୀରରେ ଅଧିକାଂଶ ଲୋକ ବାହାରୁ ଆସିଛନ୍ତି ତେଣୁ ଶନିବାର ଓ ରବିବାର ଦିନ ସଟଡାଉନ କରାଯିବ | ସେହିପରି ଜୁନ ମାସ ଓ ତା ପରେ ବ୍ୟକ୍ତିଗତ ସ୍ୱଛତା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଉଚିତ | ୬୫ ବର୍ଷରୁ ଉର୍ଦ୍ଧ୍ବ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ପିଲାମାନେ ବାହ୍ୟ କାର୍ଯ୍ୟକଳାପ କରିପାରିବେ ନାହିଁ |

ସମ୍ବନ୍ଧିତ ଖବର