ଭୁବନେଶ୍ବର: ରାଜ୍ୟ ଉପରେ ଏବେ କୌଣସି ପାଣିପାଗର ନିୟାମକ ସକ୍ରିୟ ନାହିଁ। ଫଳରେ ରାଜ୍ୟରେ ମୌସୁମୀଜନିତ ବର୍ଷା କେଉଁଠି କେମିତି କାଁ ଭାଁ ବର୍ଷା ହୋଇପାରେ। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହିଭଳି ୧୯ ତାରିଖ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଶିଂକ ମେଘୁଆ ରହିବ। ବର୍ଷା ବି ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp