ଧଉଳି: ବହୁ ଚର୍ଚ୍ଚିତ ପତିତପାବନ ପୃଷ୍ଟି ଓରଫ ଚିକୁନ ଅପହରଣ ନାଟକରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅପହରଣ ନାଟକ ଅଭିଯୋଗ ଘଟଣାର ଦୀର୍ଘ ୬ ଦିନ ପରେ କମିସନରେଟ ପୁଲିସ ପୂରା କାହାଣୀ ଉପରୁ ପରଦା ହଟାଇଛି। ନିଜ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ କିଛି ଦିନ ପାଇଁ ପ୍ରେମିକ ସହ ଫେରାର ହୋଇଯିବାକୁ ଯୋଜନା କରି ଚିକୁନ ଯେଉଁ ଅପହରଣ ନାଟକ ନିଜେ ରଚିଥିଲା ସେହି ନାଟକର ମିଛ , ଛଳନା ଏବଂ ଷଡ଼ଯନ୍ତ୍ର ଫାସରେ ନିଜେ ଫସିଗଲା। ଏବେ ପୁଲିସ ହାତରେ ଚିକୁନ ଧରାପଡ଼ିବା ସହ ଅପହରଣ କରିବା ପଛର କାରଣ ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2021/09/5f4h654sf65h4sf65hhfhfssfh-750x430.jpg)
ମିଳିଥିବା ସୂଚନା ମୁତାବକ, ବର୍ଷକ ତଳେ କୋଣାର୍କ ମଲିଆତୁଠ ଅଞ୍ଚଳର ଅହଲ୍ୟା ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲେ ହେଁ ପତ୍ନୀଙ୍କର କଲେଜ ସହପାଠିନୀ ବାନ୍ଧବୀଙ୍କ ସହ ଥିବା ପ୍ରେମ ନିଶାକୁ ଭୁଲିପାରିନଥିଲେ। ତେଣୁ ସେ ପତ୍ନୀଙ୍କ ଅନ୍ୟ ଜଣେ ବାନ୍ଧବୀଙ୍କ ସହ ଥିବା ଲଭଷ୍ଟୋରୀକୁ ସଫଳ କରିବା ପାଇଁ ଏଭଳି ମିଛ ନାଟକ କରି ପତ୍ନୀଙ୍କ ସହିତ ପରିବାର ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ କିଛିଦିନ ପାଇଁ ଫେରାର ହୋଇଯିବାକୁ ଚାହୁଁଥିଲା। ହେଲେ ତାହା ସଫଳ ହୋଇପାରିନଥିଲା। ଯୁବତୀଙ୍କ ସହିତ ଫେରାର ହେବା ଯୋଜନା ଫେଲ ମାରିଥିଲା। ଚିକୁନ ଯୁବତୀଙ୍କୁ ନେଇ ଯୋଜନା ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ପୁଲିସ ଉଭୟଙ୍କୁ ମଧ୍ୟପ୍ରଦେଶ କଟନି ରେଲୱେ ଷ୍ଟେସନରୁ କାବୁ କରି ନେଇଥିଲା।
ଏବେ ଧଉଳି ଥାନା ପୁଲିସ ଚିକୁନ ବିରୋଧରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଏବଂ ନିଜ ଆଡ଼ୁ ମାମଲା ନଂ ୧୩୮/୨୧ ରେ ଏକାଧିକ ସଂଗୀନ ଦଫାରେ ମାମଲା ରୁଜୁ କରିଛି। ଚିକୁନ ବିରୋଧରେ ଲାଗିଥିବା ଦଫାଗୁଡ଼ିକ ହେଲା ୧୨୦(ବି),(ଷଡ଼ଯନ୍ତ୍ର), ୩୬୪ (ଅପହରଣ),୪୧୭/୪୧୯(ଠକାମୀ ଭାଣ୍ଡାମି),୫୦୪/୫୦୫, ( ସ୍ବିଗିରେ ଡେଲିଭରି ବଏ କାମ ନକରି ମିଛ ପରିଚୟ ଦେଇ ଉକ୍ତ ସଂସ୍ଥା ନାମରେ ବଦନାମ କରିବା), ୨୦୧ (ପ୍ରମାଣ ନଷ୍ଟ କରିବା), ୨୧୧(ପୁଲିସକୁ ହଇରାଣ ହରକତ କରିବା) ଭଳି ସଂଙ୍ଗୀନ ଦଫା। ଏଡାଛଡ଼ା ଗୋପ ଥାନାରେ ମଧ୍ୟ ଚିକୁନ ବିରୋଧରେ ଅପହରଣ ମାମଲା ରୁଜୁ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/09/chikunka-patni-o-maa.jpeg)
ଆସନ୍ତାକାଲି ଉଭୟ ଚିକୁନ ଓ ଯୁବତୀଙ୍କର ଧଉଳି ଥାନା ପୁଲିସ ଡାକ୍ତରୀ ପରୀକ୍ଷା କରାଇବ। ଡାକ୍ତରୀ ପରୀକ୍ଷା ପରେ ଚିକୁନକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଅପହୃତ ଯୁବତୀଙ୍କୁ ପରିବାର ଲୋକଙ୍କ ହେପାଜତରେ ଗୋପ ଥାନାକୁ ହସ୍ତାନ୍ତର କରାଯିବ। ଗୋପ ଥାନା ପୁଲିସ ପୁରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କୁ ହାଜର କରାଇ ତାଙ୍କର ବୟାନ ରେକର୍ଡ଼ କରିବ। ଏହାପରେ ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛଡ଼ାଯିବ। ଯଦି ଝିଅକୁ ଘର ଲୋକ ସାଙ୍ଗରେ ନେବାକୁ ରାଜି ନହୁଅନ୍ତି ତା’ ହେଲେ ହେଲପଲାଇନକୁ ପଠାଇ ଦିଆଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଫେରାର ଯୁବତୀଙ୍କ ବୟାନ ଯଦି ବିରୋଧରେ ଯିବ ତା’ ହେଲେ ଚିକୁନ ଉପରେ ମାମଲା ବୋଝ ଆହୁରି ବଢ଼ିଯିବ ବୋଲି ସଂପୃକ୍ତ ପୁଲିସ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-148.jpg)
