ଠିକାଦାରଙ୍କ ପାଇଁ ଭାରି ଦରଦ!

ଭୁବନେଶ୍ୱର: କାର୍ଯ୍ୟ କରିବାର କ୍ଷମତା ଠିକାଦାରଙ୍କର ନାହିଁ। କିନ୍ତୁ େକାଟି େକାଟି ଟଙ୍କାର କାର୍ଯ୍ୟ ତାଙ୍କ ହାତରେ ସମର୍ପି ଦିଆଗଲା। ନିମ୍ନ ମାନର କାର୍ଯ୍ୟ କରୁଥିବା ଜାଣି ବି ବାବୁ ଚୁପ୍ ରହିେଲ। ବରଂ ଠିକାଦାରଙ୍କୁ କାର୍ଯ୍ୟ କରିବା ଲାଗି ସୁେଯାଗ ଦିଆଗଲା। ଏମିତି ପ୍ରକଳ୍ପ ରିେପାର୍ଟ ପ୍ରସ୍ତୁତ େହଲା େଯ େକହି ଜାଣିପାରିଲେନି, ଜଙ୍ଗଲ ଅନୁମତି ବିନା ସଂପୃକ୍ତ କାର୍ଯ୍ୟଟି ସଂପାଦିତ େହାଇପାରିବ ନାହିଁ। ଫଳରେ ଜଙ୍ଗଲ ଜମି ବାଧକ ସାଜିଲା ଓ ବରବାଦ େହଲା େକାଟି େକାଟି ଟଙ୍କା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ େଯାଜନା କାର୍ଯ୍ୟାନ୍ବୟନରେ ଏମିତି କିଛି େକଳେଙ୍କାରୀ ଗ୍ରାମ୍ୟ ଉନ୍ନୟନ ବିଭାଗରେ ବାବୁ-ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକାର ପର୍ଦାଫାସ କରିଛି। ସିଏଜିଙ୍କ ରିେପାର୍ଟ ଏସବୁକୁ େନଇ େଯଉଁ ଚିତ୍ର ଆଙ୍କିଛନ୍ତି, ତାହା ପରୋକ୍ଷରେ ସୂଚାଇ େଦଉଛି େଯ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁରବି ବିହୀନ େହାଇଯାଇଛି। କାହା ଉପରେ କାହାର େଯମିତି ନିୟନ୍ତ୍ରଣ ନାହିଁ। ଯିଏ େଯମିତି ପାରିଲା, ନିୟମକୁ ତାଙ୍କ ଢଙ୍ଗରେ େମା଼ଡି ପାରୁଛନ୍ତି।

ବାବୁ-ଯନ୍ତ୍ରୀ-ଠିକାଦାରଙ୍କ ମଧୁ ଚନ୍ଦ୍ରିକା
ଗ୍ରାମ୍ୟ ଉନ୍ନୟନ ବିଭାଗରେ ବଡ଼ ‌କେଳେଙ୍କାରୀ
ବରବାଦ କରୁଛନ୍ତି ସରକାରୀ ଅର୍ଥ, ସମସ୍ତେ ଚୁପ୍

ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ େଦଇଥିବା ରିେପାର୍ଟ ସୂଚାଉଛି େଯ ଭବାନୀପାଟଣା, ଧର୍ମଗଡ, ପାରଳାେଖମୁଣ୍ଡି, ନୂଆପଡା, ଖରିଆର, ସମ୍ବଲପୁର ଓ ଟିଟିଲାଗଡରେ ନିର୍ବାହୀ ଯନ୍ତ୍ରୀମାେନ େକାଟିଏ କି ଦୁଇେକାଟି ନୁେହଁ, ପାଖାପାଖି ୧୧୧ େକାଟି ୨୯ଲକ୍ଷ ଟଙ୍କାର କାର୍ଯ୍ୟାେଦଶ ପ୍ରଦାନ କରିଥିଲେ। ୨୬ଟି କାର୍ଯ୍ୟ ଲାଗି ଏହି ଅର୍ଥ ପ୍ରଦାନ କରାଯାଇଥିଲା। େହଲେ ଅଡିଟ୍ ଅନୁଧ୍ୟାନ େବଳେ ଜଣାପଡିଲା େଯ ସାତଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ େହାଇନାହିଁ। ବାକି ୩୪ େକାଟି ୫୦ଲକ୍ଷ ଟଙ୍କା ବ୍ୟୟ େହବା ପରେ ବାକି ୧୯ଟି କାର୍ଯ୍ୟ ଅଟକି ରହିଛି। କାରଣ େହଲା, ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଉପଲବ୍ଧ ନାହିଁ। େଯଉଁଠାରେ ଜମି ଅଛି, ତାହା ଜଙ୍ଗଲ କିସମର ଓ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ନାହିଁ। ସଂପୃକ୍ତ ପ୍ରକଳ୍ପ ରିେପାର୍ଟ ପ୍ରସ୍ତୁତି େବଳେ ଏ ସଂପର୍କରେ କେହି େକମିତି ଜାଣିପାରିେଲ ନାହିଁ, ସରକାରଙ୍କ େକାଟି େକାଟି ଟଙ୍କା ବରବାଦ େହଲା, ତାହା ତଦନ୍ତ ସାପେକ୍ଷ। ଜଳେଶ୍ବର, େକନ୍ଦୁଝର, ରାୟଗଡା ଓ ରାଉରକେଲା ଗ୍ରାମ୍ୟ ଉନ୍ନୟନ ଡିଭିଜନରେ ଜମି ଅଛି କି ନାହିଁ, ନ ଜାଣି ନିର୍ବାହୀ ଯନ୍ତ୍ରୀମାେନ ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରିଥିଲେ। ଏସବୁ କାରଣରୁ ସରକାରଙ୍କ ତହବିଲରୁ ୪୧ େକାଟି ୮୨ଲକ୍ଷ ଟଙ୍କା ବରବାଦ େହଲା। ଅଥଚ ସରକାର ଏହା ଉପରେ କାହା ବିରୋଧରେ କି କାର୍ଯ୍ୟାନୁଷ୍ଠାନ େନଲେ ତାହା ଜଣାପଡିନାହିଁ। େକବଳ େସତିକି ନୁହେଁ, ସରକାରୀ ନିୟମ ଅନୁସାରେ, ଯେଉଁ ଠିକାଦାର ଅଧାରୁ କାର୍ଯ୍ୟ ଛାଡି ଚାଲିଯାନ୍ତି, କାର୍ଯ୍ୟ ସମାପ୍ତିରେ ଅହେତୁକ ବିଳମ୍ବ କରନ୍ତି କିମ୍ବା େନଇଥିବା ପ୍ରକଳ୍ପ କାର୍ଯ୍ୟର ସଠିକ୍ ଢଙ୍ଗରେ ସମାପନ କରନ୍ତି ନାହିଁ, େସମାନଙ୍କୁ ପରବର୍ତୀ କାର୍ଯ୍ୟ ଦିଆଯିବ ନାହିଁ। କିନ୍ତୁ ଅଡିଟ୍ ରିେପାର୍ଟ ସୂଚାଉଛି େଯ ବଲାଙ୍ଗୀର, ବାଲିଗୁଡା, ଭବାନୀପାଟଣା, େକସିଙ୍ଗା, େମାହନା, ନୂଆପଡା, ପାରଳାଖେମୁଣ୍ଡି, ଫୁଲବାଣୀ ଓ ସମ୍ବଲପୁରର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସରକାରଙ୍କ ନିେର୍ଦଶନାମାକୁ ଫୁ କରି ୧୧୪ େକାଟି ୫୬ଲକ୍ଷ ଟଙ୍କା ମୂଲ୍ୟର କାର୍ଯ୍ୟ ୧୯ଜଣ ଠିକାଦାରଙ୍କୁ ପ୍ରଦାନ କରିଛନ୍ତି। ୨୦୧୪ େଫବ୍ରୁଆରିରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଏସବୁ କାମ ପ୍ରଦାନ କରାଯାଇଥିଲା। ପୂର୍ବରୁ ପ୍ରଦାନ କରାଯାଇଥିବା କାର୍ଯ୍ୟକୁ ସଂପୃକ୍ତ ଠିକାଦାରମାେନ ୩୧ରୁ ୧୦୮ ମାସ ଅର୍ଥାତ୍ ପ୍ରକଳ୍ପ ସରିବା ପାଇଁ େଯଉଁ ସମୟ ଧାର୍ଯ୍ୟ େହାଇଥିଲା, ତା ଠାରୁ ୩ବର୍ଷ ୪ମାସରୁ ୯ ବର୍ଷ ପର୍ଯ୍ୟନ୍ତ ବିଳମ୍ବ କରିଥିେଲ। େଖାଲାେଖାଲି ଭାବେ ନିର୍ବାହୀ ଯନ୍ତ୍ରୀମାେନ ନିୟମ ଉଲ୍ଲଂଘନ କରିଥିଲେ ବି େକଉଁ କାରଣରୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ େନଇନାହାନ୍ତି, ତାହା ବୁଝାପଡୁନାହିଁ।

ନିଲାମ କ୍ଷମତା ନଥିବା ଠିକାଦାରଙ୍କୁ କାର୍ଯ୍ୟପ୍ରଦାନର ପରିଣାମ ମଧ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡିଥିଲା। ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ୨୦୦୯ରୁ ୨୦୧୧ ମଧ୍ୟରେ ୧୫.୫୬ େକାଟି ଟଙ୍କାର ୧୩ଟି କାର୍ଯ୍ୟକୁ ଜଣେ ଠିକାଦାରଙ୍କୁ ପ୍ରଦାନ କରିଥିେଲ। କିନ୍ତୁ ଠିକାଦାରଙ୍କର ନିଲାମ କ୍ଷମତା ନଥିବା କାରଣରୁ େସ ଏସବୁକୁ େଶଷ କରିପାରିଲେ ନାହିଁ। ପରିଣାମ େହଲା, ପରବର୍ତୀ ସମୟରେ ଏହି ୧୨ େକାଟି ୨୧ଲକ୍ଷ ଟଙ୍କାର ବଳକା କାର୍ଯ୍ୟର ପରିମାଣ ବଢି ୧୭ େକାଟି ୬୮ଲକ୍ଷ ଟଙ୍କାରେ ପହଞ୍ଚିଲା। ୫ େକାଟି ୪୭ଲକ୍ଷ ଟଙ୍କାର ଅଧିକ ଟଙ୍କା ବରଦାବ ପାଇଁ ଦାୟୀ କିଏ? ଅଡିଟ୍ ଟିମର ଏଭଳି ସଙ୍ଗିନ ଅଭିଯୋଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଫାଙ୍କିନାହାନ୍ତି। ବରଂ େକତେବେଳେ ମାଓବାଦୀ ଓ େକତେବେଳେ ଜଙ୍ଗଲ କଥା ଏଭଳି େକାଟି େକାଟି ଟଙ୍କା େହରାଫେରିକୁ ଗିଳିଦିଆଯାଇଛି। ପ୍ରଶ୍ନ ଉଠୁଛି, ଏତେ ବଡ଼ ଅନିୟମିତତା ସଂପର୍କରେ ବିଭାଗୀୟ ସଚିବ, ମନ୍ତ୍ରୀଙ୍କ ନଜର ପଡୁନାହିଁ େକମିତି?

ସମ୍ବନ୍ଧିତ ଖବର