ପୂର୍ଣ୍ଣାଙ୍ଗ ବଦଳରେ କାହିଁକି ଉପସ୍ଥାପନ ହେଲା କାମଚଳା ବଜେଟ୍ ?

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ  ପ୍ରଥମ ୪ ମାସ (ଏପ୍ରିଲ-ଜୁଲାଇ) ପାଇଁ ଲେଖାନୁଦାନ ବା କାମଚଳା ବଜେଟ୍  ଆଗତ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କାହିଁକି ପୂର୍ଣ୍ଣାଙ୍ଗ ବଦଳେ ଏକ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ।

ଏହାର କାରଣ ସଂପର୍କରେ ନିଜେ ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣ ବେଳେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ମାର୍ଚ୍ଚ ମାସରେ ରାଜ୍ୟରେ ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ତାପରେ ପୌର ନିର୍ବାଚନ ହୋଇଥିଲା । ଏଥିପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଏହି କାରଣରୁ ବଜେଟ ସଂପର୍କିତ ସମସ୍ତ ପ୍ରକାରର ବୈଧାନିକ ପ୍ରକ୍ରିୟା ଯଥା ବଜେଟ ଉପସ୍ଥାପନ, ସଦସ୍ୟମାନଙ୍କ ଦ୍ବାରା ବଜେଟ ଉପରେ ବିଚାର ବିମର୍ଷ ଓ ବ୍ୟୟ ମଂଜୁରୀ ବେଧେୟକ ମାର୍ଚ୍ଚ ୩୧ ପୂର୍ବରୁ ଗୃହୀତ ଦେବା ସମ୍ଭବ ନଥିଲା । ଏହି କାରଣରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ନୂଆ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଏକ କାମଚଳା ବଜେଟ ଉପସ୍ଥାପନ କରାଗଲା ।

 

ସମ୍ବନ୍ଧିତ ଖବର