ପୁରୀ : ଶ୍ରୀମନ୍ଦିର ପରିଚାଳନାରେ ଆଜି ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଜମିରେ ଥିବା ପଥର ଖଣି ଖନନ ଓ ଜଙ୍ଗଲ ନଷ୍ଟକୁ ନେଇ ଏନ୍‌ଜିଟି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତା ଉପରେ ଜୋରଦାର ଆଲୋଚନା ହୋଇଛି। ଏନ୍‌ଜିଟିଙ୍କ ଏହି ଜରିମାନା ସିଧାସଳଖ ମହାପ୍ରଭୁଙ୍କୁ ଜରିମାନା କରିବା ଭଳି ହୋଇଛି। ମହାପ୍ରଭୁ କାହିଁକି ଜରିମାନା ଦେବେ ବୋଲି ସମସ୍ତ ସଦସ୍ୟ କହିଥିଲେ। ଯଦି ଜରିମାନା କରିବାର ଅଛି, ଯେଉଁମାନେ ଚୋରି କରିଛନ୍ତି, ସେମାନଙ୍କ ଉପରେ ହେଉ ବୋଲି ମତ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ୧୨ କୋଟି ଟଙ୍କାର ଜରିମାନା ଦେବା ସମ୍ଭବପର ନୁହେଁ ବୋଲି ମତ ଦେଇଥିଲେ। ବିସ୍ତୃତ ଆଲାଚନା ପରେ ଆଦେଶ ଉପରେ ଅପିଲ୍‌ କେସ କରିବାକୁ ନିଷ୍ପତ୍ତି ହୋଇଛି।