ସମ୍ବଲପୁର : ୭ ଦିନ ହେବ ଭିମ୍ସାରରେ ୱାଇଫାଇ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀଙ୍କ ପରୀକ୍ଷା ରିପୋର୍ଟରୁ ନେଇ କୋଭିଡ୍ ଲ୍ୟାବ୍ର ପରୀକ୍ଷା ରିପୋର୍ଟ ଅନ୍ଲାଇନ୍ରେ ଅପ୍ଲୋଡ୍ କରିବାକୁ ପଡ଼ୁଛି। ମାତ୍ର ବିଏସ୍ଏନ୍ଏଲ୍ର ଏହି ୱାଇଫାଇ ସେବା ବନ୍ଦ ହୋଇ ରହିଥିବାରୁ କର୍ମଚାରୀଙ୍କୁ ନିଜ ମୋବାଇଲ୍ ଡାଟା ବିନିଯୋଗ କରି ରିପୋର୍ଟ ଅପ୍ଲୋଡ୍ କରିବାକୁ ପଡ଼ୁଛି। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।
ଏନେଇ ଭିମ୍ସାର ପକ୍ଷରୁ ବାରମ୍ବାର ବିଏସ୍ଏନ୍ଏଲ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କୋଭିଡ୍ ଲ୍ୟାବ୍ ନୋଡାଲ ଅଧିକାରୀ ଡା.ବେଣୁଧର ପାଣ୍ଡେ କହିଛନ୍ତି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଏସ୍ଏନ୍ଏଲ୍ ଜିଏମ୍ ବଲବୀର ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌରସି ଉତ୍ତର ଦେଇନଥିଲେ।