ସମ୍ବଲପୁର/ନର୍ଲା : ଓପିଟିସିଏଲ୍ର ୧୩୨/୨୨ କେଭି ବରପାଲି, ଖରିଆର ଓ କଣ୍ଟାବାଞ୍ଜି ଗ୍ରିଡ୍ ସବ୍ଷ୍ଟେସନ୍ରେ ବାର୍ଷିକ ରକ୍ଷଣାବେକ୍ଷଣ ଓ ସ୍ବିଚ୍ୟାଡ୍ କାର୍ଯ୍ୟ ପାଇଁ ୧୬ ତାରିଖ ଶୁକ୍ରବାର ଦିନ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍କାଟ ହେବ ବୋଲି ଟିପିଡବ୍ଲୁଓଡିଏଲ୍ ତରଫରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି।
ଆଜି ୧୬ ତାରିଖ ସକାଳ ୮ଟାରୁ ୫ଟା ଯାଏଁ ବରଗଡ଼, ବଲାଙ୍ଗୀର, ଓ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବରପାଲି, ରାମପୁର, ବନ୍ଧପାଲି, ଆଗଲପୁର, ବଡ଼ଗାଁ, ସୁଜିଆ, ସୁଖାଗ୍ରାମ, ରେଶମ, ଝୁଲୁଣ୍ଡା, ସାଲେପାଲି, ରାମପୁର, ସରଣ୍ଡାପାଲି, କଣ୍ଟାପାଲି, ଡୁମ୍ବେରପାଲି, କୋମନା, ବରଗାଁ, ବାଟିବାହାଲ, କୁରୁମପୁରୀ, ବୋଡେନ, ଟିମନପୁର, ଲେସୁନପାଲି, ଖରିଆର, ସିନାପାଲି, ଚାଲନା, ସିନ୍ଧେକେଲା, ବୋର୍ଡା, ମୁରିବାହାଲ, ବଙ୍ଗୋମୁଣ୍ଡା, ବାଗବାହାଲ, ବେଲପଡ଼ା, ତୁରେକେଲା, ଡାବରି, ଡୁମେରଚୁଆଁ, କଣ୍ଟାବାଞ୍ଜି, ଆଶ୍ରମପଡ଼ା, ଗୁଡ଼ୁଘାଟ ଆଦି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।
ଏହାଛଡ଼ା କେସିଙ୍ଗା ଗ୍ରିଡ୍ ସବ୍ ଷ୍ଟେସନରେ ୧୩୨/୩୩ କେଭି ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶୁକ୍ରବାର ସକାଳ ୯ରୁ ଦିନ ୨ଟା ପର୍ଯ୍ୟନ୍ତ ନର୍ଲା ଗ୍ରିଡ୍ ଅଧୀନ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ରହିବ ବୋଲି ନର୍ଲା ଏସ୍ଡିଓ କମଲେଶ ପଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Electricity.jpg)