ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା: ଥାନାରେ ୪ ଅଭିଯୁକ୍ତ ଅଟକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ପୂର୍ବ ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି। ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ କରାଯାଇଛି ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଏହି ମାମଲାରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଏମାନଙ୍କ ଭିତରେ ୩ ଜଣ ନାବାଳକ ଥିବାର ସୂଚନା ମିଳିଛି।


ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ।ବର୍ଷକ ତଳେ ବନିତାଙ୍କର ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସେ ଘରେ ତାଙ୍କର ଏକମାତ୍ର ପୁଅ (୯ବର୍ଷ) ସହିତ ଏକା ରହୁଥିଲେ। ତାଙ୍କ ତାଙ୍କର ଗୋଟିଏ ଝିଅ ଅଛନ୍ତି, ସେ ମାମୁଘରେ ରହି ପାଠ ପଢ଼ୁଛନ୍ତି। ମହିଳା ଜଣକ ଏକା ରହୁଥିଲେ। ସକାଳେ ଘଟଣା ଜଣାପଡ଼ିବା ପରେ ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେଥିରେ ୩ ନାବାଳକ ଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବାପା-ପୁଅ ଅଛନ୍ତି। ପୁଲିସ ଶବ ଜବତ କରିଛି। ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ତାର ପ୍ରକୃତ କାରଣ ଜଣାପଡ଼ିନି।

ସମ୍ବନ୍ଧିତ ଖବର