ବିଧବାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଉତ୍କେଲା : କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ବିବାହିତ ଭାଗୀରଥି ସାହୁ ଜେଲ୍ ଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗମତେ, ଉତ୍କେଲା ଫାଣ୍ଡି ଅଞ୍ଚଳର ଜଣେ ୫୨ ବର୍ଷୀୟ ବିଧବା ମହିଳା ଗତ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ଏହି ସମୟରେ ଭାଗୀରଥି ସଂପୃକ୍ତ ମହିଳାଙ୍କ ଘରକୁ ଆସି ଦୁଷ୍କର୍ମ କରି ଫେରାର୍ ମାରିଥିଲା। ଶନିବାର ମହିଳା ଜଣକ କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ଭାଗୀରଥିକୁ ଗିରଫ କରିଥିଲା। ତାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି। ସୂଚନାଥାଉକି, ଅଭିଯୁକ୍ତ ଭାଗୀରଥି କିଛି ବର୍ଷ ତଳେ ଜଣେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରି ଜେଲ୍ ଯାଇଥିଲା। ଏବେ କିଛିମାସ ହେଲା ସେ ଜେଲ୍‌ରୁ ବାହାରି ଗାଁକୁ ଆସି ପରିବାର ସହ ରହୁଥିଲା।

ସମ୍ବନ୍ଧିତ ଖବର