ସ୍ତ୍ରୀ ଓ ଶାଶୁଙ୍କ ଉପରେ ଏସିଡ ମାଡ଼ କଲା ଜ୍ବାଇଁ, ଲକ୍ଷାଧିକ ଟଙ୍କା ସହ ସୁନାଗହଣା ନେଇ ଫେରାର

ସ୍ତ୍ରୀ ଓ ଶାଶୁଙ୍କ ଉପରେ ଏସିଡ ମାଡ଼ କଲା ଜ୍ବାଇଁ, ଲକ୍ଷାଧିକ ଟଙ୍କା ସହ ସୁନାଗହଣା ନେଇ ଫେରାର

ପୁରୀ/ବାମନାଳ: ଶଶୁରଘରକୁ ଆସି ଜ୍ବାଇଁ ଉନ୍ମତ୍ତ କାଣ୍ଡ କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ଏସିଡ ମାଡ କରିବା ସହ ଦୁଇଲକ୍ଷ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତ ଅଧୀନ ବଡତୋଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଛନ୍ତି କୁନି ସାଠୁଆ (୩୮) ଓ ତାଙ୍କ ମା’ ବାସନ୍ତୀ ପ୍ରଧାନ। ଅଭିଯୁକ୍ତ ବବିନା ସାଠୁଆ ଫେରାର ଅଛି।

ବଡତୋଟା ଗ୍ରାମର ହୃଷୀକେଶ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ମଝିଆଁ ଝିଅ କୁନି ସାଠୁଆ ୨୦ ବର୍ଷ ତଳେ ଭଲପାଇ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମର ନବ ସାଠୁଆଙ୍କ ପୁଅ ବବିନା ସାଠୁଆଙ୍କୁ ବିବାହ କରିଥିଲେ। ବିବାହ ପରେ ସେଠାରେ ଚଳିବା ଅସୁବିଧା ହେବାରୁ ମୋର ଝିଅ ଆମ ଗାଁ ପାଖରେ ଥିବା କେତକିପାଟଣା ବଜାରରେ ଏକ ପାର୍ଲର ଦୋକାନ କରି ଆମ ଘରେ ରହୁଥିଲେ। ଆଜି ସଂଧ୍ୟା ସମୟରେ ଆମ ଘରେ ପୁରୁଷ ଲୋକ କେହି ନଥିବା ବେଳେ ବବିନା ଆସି ମୋ ଝିଅକୁ ଦୁଇ ଲକ୍ଷ ଟଙ୍କା ମାଗିଥିଲେ। ମୋର ଝିଅ ସାଙ୍ଗେ ସାଙ୍ଗେ ଏତେ ଟଙ୍କା କୋଉଠୁ ଆଣିବି ବୋଲି କହିବାରୁ ବବିନା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। କୁନି ଏ କଥାକୁ ପ୍ରତିବାଦ କରିବାରୁ ତାକୁ ନିର୍ମମ ଭାବରେ ମାଡ଼ମାରିବା ସହ ପିଟାପିଟି କରିଥିଲା।

ହୃଷୀକେଶ କହିଛନ୍ତି, ପୂର୍ବ ଯୋଜନା ମୁତାବକ ସାଙ୍ଗରେ ଆଣିଥିବା ଏସିଡ ବୋତଲକୁ କୁନି ଉପରକୁ ଢାଳିଦେଇଥିଲା କୁନି ଚିତ୍କାର କରି ଡାକ ପକାଇବାରୁ ବୋଉ ବାସନ୍ତୀ ଦୌଡ଼ି ଯାଇ ଝିଅର ଅବସ୍ଥା ଦେଖି ପଡୋଶୀ ଲୋକଙ୍କୁ ଡାକ ପକାଇ ଥିଲେ। ଏହି ସମୟରେ ଶାଶୁ ବାସନ୍ତୀ ପ୍ରଧାନଙ୍କ ବେକକୁ ଚିପି ଧରି ଗଡରେଜର ଚାବି ମାଗିଥିଲା। ବାସନ୍ତୀ ଭୟଭୀତ ହୋଇ ଚାବି ଦେଇ ଦେବାରୁ ଗଡରେଜ ଚାବି ଖୋଲି ସାନ ଝିଅର ବିଭାଗର ପାଇଁ ରଖିଥିବା ୨ଲକ୍ଷ ଆଠଶହ ଟଙ୍କା ଓ ୧୫ ଭରି ସୁନା ଅଳଙ୍କାର ସହିତ ଏକ ମୋବାଇଲ ଫୋନ ନେଇ ଘଟଣା ସ୍ଥଳରୁ ଚାଲିଗଲା। ବାସନ୍ତୀ ଗ୍ରାମବାସୀଙ୍କୁ ଡାକିବାରେ ଝିଅର ଅବସ୍ଥା ଭୁବନେଶ୍ଵରସ୍ଥିତ ରାଜଧାନୀ ଚିକିତ୍ସାଳୟକୁ ନିଆଯାଇଛି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe