ପତ୍ନୀ ଓ ସାପକୁ ଧରି ଡାକ୍ତରଖାନାରେ ସ୍ବାମୀ

ପତ୍ନୀ ଓ ସାପକୁ ଧରି ଡାକ୍ତରଖାନାରେ ସ୍ବାମୀ

image source-telegraph india

ବ୍ରହ୍ମଗିରି : ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଏକ ସାପ କାମୁଡ଼ିଥିଲା। ମହିଳାଙ୍କ ସ୍ବାମୀ ଏହି ସାପଟିକୁ ଧରି ଏକ ପ୍ଲାଷ୍ଟିକ୍‌ ଜାର୍‌ରେ ଭର୍ତ୍ତିକରି ମହିଳାଙ୍କ ସହ ଡାକ୍ତରଖାନାରେ ପହ‌ଞ୍ଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ବ୍ରହ୍ମଗିରି ଥାନା ମଣପଡ଼ା ଗାଁର ତ୍ରିନାଥ ବେହେରାଙ୍କ ପତ୍ନୀ ଶକୁନ୍ତଳା ବେହେରାଙ୍କୁ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ସାପ କାମୁଡ଼ି ଦେଇଥିଲା। ଶକୁନ୍ତଳା ତୁରନ୍ତ ଉଠି ଘରର ଲାଇଟ୍‌ ଜଳାଇବା ସହ ତାଙ୍କ ସ୍ବାମୀ ତ୍ରିନାଥଙ୍କୁ ଏକଥା କହିଥିଲେ। ଘର ଖୋଜାଖୋଜି କରି ତ୍ରିନାଥ ସାପକୁ ଧରି ଏକ ପ୍ଲାଷ୍ଟିକ୍‌ ଜାର୍‌ରେ ଭର୍ତ୍ତି କରି ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ସଦର ଚିକିତ୍ସାଳୟକୁ ନେଇଥିଲେ। ସେଠାରେ କାମୁଡି ଥିବା ସାପକୁ ଡାକ୍ତରଙ୍କୁ ଦେଖାଇ ଥିଲେ। ଏହାପରେ ଡାକ୍ତର ଶକୁନ୍ତଳାଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ। ଏବେ ଶକୁନ୍ତଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

ଏନେଇ ତ୍ରିନାଥ କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଯେଉଁ ସାପ କାମୁଡ଼ିଥିଲା, ତାକୁ ଧରି ସେ ଡାକ୍ତରଖାନା ଯିବା ପଛରେ କାରଣ ହେଉଛି, ଡାକ୍ତର ସାପକୁ ଚିହ୍ନି ସେହି ଅନୁଯାୟୀ ତାଙ୍କ ପତ୍ନୀଙ୍କର ଚିକିତ୍ସା କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe