ଗୋପାଳ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ

କଟକ: ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ପତ୍ନୀ ଝୁମୁରି ନାୟକ ଓ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନାଙ୍କୁ ଗିରଫ କରିଛି ପୁଲିସ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଜଟଣୀ ଥାନା ଅଧୀନ ନୂଆ ଗାଁ ବାସିନ୍ଦା ଗୋପାଳ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମରେ ଘର ଜ୍ବାଇଁ ଭାବରେ ରହୁଥିଲେ ଏବଂ ବାଆଁରା ଗ୍ରାମ ନିକଟସ୍ଥ ଏକ ଘରୋଇ ମେଡିକାଲରେ ସ୍ବିପର ଭାବେ କାମ କରୁଥିଲ। ଗତ ୨୧ ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସିଥିଲେ ହେଲେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଗୋପାଳଙ୍କର କୌଣସି ସୂଚନା ମିଳିନଥିବା ବେଳେ କେବଳ ତାଙ୍କର ଏକ ସ୍କୁଟିକୁ ପାଇଥିଲେ। ସ୍କୁଟିକୁ ପାଇ ପୁଲିସକୁ ଖବର ଦେଇଥିଲେ। ତେବେ ଉଭୟ ଗୋପାଳକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି ଦୁଇ ଅଭିଯୁକ୍ତ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ପ୍ରମୋଦ ରଥ।

ସମ୍ବନ୍ଧିତ ଖବର