ସ୍ତ୍ରୀଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସଦର ବ୍ଲକ୍ ବାଧନଘୋର ଗାଁରେ ପାରିବାରିକ କଳହକୁ ନେଇ କବିତା ଡାଙ୍ଗ ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମୃତା କବିତାଙ୍କ ସ୍ବାମୀ ଅକ୍ଷୟ ଖମାରୀଙ୍କୁ ପୁଲିସ ଗିରଫ କରିଛି। ସଦର ଥାନାରେ କବିତାଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ, ଜାମୁଟିଆ ଗାଁର କବିତା ବାଧନଘୋର ଗାଁର ଅକ୍ଷୟଙ୍କୁ ୮ ବର୍ଷ ତଳେ ବାହା ହୋଇଥିଲେ। ହେଲେ ଅକ୍ଷୟ ସବୁବେଳେ ସ୍ତ୍ରୀଙ୍କୁ ଅତ୍ୟାଚାର କରୁଥିଲେ। ସେଥିପାଇଁ ଝିଅ କଷ୍ଟ ସହିନପାରି ବୁଧବାର ବିଷପିଇ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର