ସ୍ତ୍ରୀର ନିଷ୍ଠୁର ପ୍ରତିଶୋଧ : ସ୍ବାମୀ ‌ଯୌନାଙ୍ଗ କାଟିଦେଲା

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ସନ୍ଦେହରେ ସ୍ବାମୀଙ୍କ ‌େଯୗନାଙ୍ଗ କାଟି ଦେଲେ ପତ୍ନୀ। ଘଟଣା ପରେ ଗୁରୁତର ସ୍ବାମୀଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲ‌େର ଭର୍ତି କରାଯାଇଛି। ଅଭିଯୁକ୍ତା ପତ୍ନୀଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଉଦେଇପୁର ଗାଁର ଜଣେ ଯୁବକ ୩ବର୍ଷ ତଳେ ବିବାହ କରିଥିଲେ। ଗାଁରେ ବିଶେଷ କାମ ମିଳୁନଥିବାରୁ ସେ ରାଜ୍ୟ ବାହାରକୁ ଦାଦାନ ଖଟିବାକୁ ଯାଉଥିଲେ। ତେବେ ଗତ କିଛି ମାସ ହେଲା ସେ କାମ କରିବାକୁ ଯାଇ ନଥିଲା। ଗାଁରେ ହିଁ ରହିଥିଲେ। କାମ ପାଇଁ ବାହାରକୁ ନଯାଇ ସ୍ବାମୀ ଘରେ ରହିବାରୁ ପତ୍ନୀଙ୍କ ସନ୍ଦେହ ହୋଇଥିଲା। ଏଥିପାଇଁ ମଝିରେ ମଝିରେ ଦଂପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କରି ମହିଳା ଜଣକ ଏତେମାତ୍ରାରେ କ୍ରୋଧାନ୍ବିିତ ହୋଇଯାଇଥିଲେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ। ଗତକାଲି ସ୍ବାମୀ ଗଭୀର ନିଦ୍ରାକୁ ଚାଲିଯିବା ପରେ ମହିଳା ଜଣ ହାତଗୋଡ଼ ବାନ୍ଧି ଦେଇଥିଲେ। ରାତି ପ୍ରାୟ ୧୧ଟାରେ ଗୋଟିଏ ଛୁରିରେ ସ୍ବାମୀଙ୍କ ଯୌନାଙ୍ଗ କାଟି ଦେଇଥିଲେ।

ଯୌନାଙ୍ଗ ପ୍ରାୟ ୯୦ ପ୍ରତିଶତ କଟିଯାଇଥିଲା ବେଳେ ଚିତ୍କାର କରିବାରୁ ସାହି ପଡ଼ିଶା ଲେଶକ ପହଞ୍ଚି ଉଦ୍ଧାର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଡାକ୍ତର ଶାନ୍ତି ସ୍ବରୂପ ପଟ୍ଟନାୟକ ପ୍ରାୟ ୧୮ରୁ ସିଲାଇ ପକାଇଥିଲେ। ବର୍ତମାନ ସେ ସୁସ୍ଥ ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ନାୟୁ ବିଭାଗକୁ ପଠାଯିବ ବୋଲି ଜଣାପଡ଼ିଛି। ଏହି ସଂକ୍ରାନ୍ତରେ ତେନ୍ତୁଳିଖୁଣ୍ଟି ଥାନାରେ ପରିବାର ଲୋକ ଏତଲା ଦେବାରୁ କେସ ନଂ ୬/୨୦୧୯ ଓ ଦଫା ଆଇପିସି ୩୦୭ ଓ ୩୨୬ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର