ଅନୁଗୁଳ/ନାଲ୍‌କୋନଗର: ପରକୀୟା ପ୍ରୀତିର ପରିଣତି କେ‌ତେ‌ ଭୟଙ୍କର ହୋଇପାରେ ତାର ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ କାଣ୍ଡଶର ଗାଁରେ। ପତ୍ନୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସେ ରାଗରେ ସ୍ବାମୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସ୍ବାମୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲାବେଳେ ଏଥିନେଇ ନାଲ୍‌କୋନଗର ଥାନା ପୁଲିସ ଛ‌ାନଭିନ ଆରମ୍ଭ କରିଛି।

Advertisment

ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ଥାନା ଅଧୀନ କାଣ୍ଡଶର ଗାଁ ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାନୀୟ ଘଟଣା। ସୂଚନା ଅନୁସାରେ ଶନିବାର ରାତିରେ ଦାଣ୍ଡିଆ ସାହିର ଜଣେ ବ୍ୟକ୍ତିଙ୍କର ପତ୍ନୀ ସହ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ପତ୍ନୀ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କର ଯୌନାଙ୍ଗ କାଟି ଦେଇଥିଲେ ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି। ପତ୍ନୀ ଆଉ ଜଣେ ଲୋକଙ୍କ ସହ ସଂପର୍କ ରଖିଥିବାରୁ ସ୍ବାମୀ ଏହାକୁ ବିରୋଧ କରି ଆସୁଥିଲେ। ଏଥିପାଇଁ ରାଗରେ ସେ ତାଙ୍କ ଯୌନାଙ୍ଗ କାଟି ଦେଇଥିଲା ସ୍ବାମୀ କହିଛନ୍ତି। ଜୀବନ ବିକଳରେ ସେ ଘରୁ ବାହାରି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ସଂପର୍କରେ ସେ ପତ୍ନୀଙ୍କ ବିରୋଧରେ ନାଲକୋନଗର ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଏପଟେ ଘଟଣା ପରେ ପତ୍ନୀ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।