ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଜୟପିଛୁଳା ଗୋପପୁର ଗ୍ରାମରେ ସ୍ବାମୀର ଟାଙ୍ଗିଆ ବେଣ୍ଟ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଘଟଣା ବୁଧବାର ରାତିରେ ଘଟିଥିବା ବେଳେ ଗୁରୁବାର ସକାଳେ ଏହା ଜଣାପଡ଼ିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି।
ପୁଲିସ ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ନବୀନ ମହାନ୍ତ ଏବଂ ତାଙ୍କର ସ୍ତ୍ରୀ ଉର୍ମିଳା ମହାନ୍ତ ରୁହନ୍ତି। ଗୁରୁବାର ସକାଳେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିବା ଗୋପପୁର ଗ୍ରାମର ଜଣେ ବ୍ୟକ୍ତି କଲା ଗ୍ରାମରେ ରହୁଥିବା ଉର୍ମିଳାଙ୍କ ଭାଇଙ୍କ ନିକଟକୁ ଫୋନ କରି ଜଣାଇଥିଲେ। ଖବରପାଇ ଉର୍ମିଳାଙ୍କ ଭାଇ ବୁଦ୍ଧଦେବ ଭଉଣୀଙ୍କ ଘରେ ପହଞ୍ଚିଥିଲେ। ଭଉଣୀ ଘରର ପାଇଖାନାରେ ମରି ପଡ଼ିଥିବା ଦେଖିଥିଲେ। ଏହା ସହିତ ଉର୍ମିଳାଙ୍କ ନାକ ଓ ପିଠିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଏନେଇ ବୁଦ୍ଧଦେବ ବାରକୋଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଉର୍ମିଳାଙ୍କ ସ୍ବାମୀ ନବୀନ ଓ ତାଙ୍କର ପରିବାର ଲୋକ ମିଶି ଭଉଣୀକୁ ମାରି ଦେଇଥିବା ବୁଦ୍ଧଦେବ ଅଭିଯୋଗ କରିଛନ୍ତି। ଟାଙ୍ଗିଆ ବେଣ୍ଟରେ ମାଡ଼ ମାରିବା ସହିତ ତକିଆରେ ମୁହଁକୁ ଚାପି ଦେବାରୁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ନବୀନକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ଏପରି ବୀଭତ୍ସ ଘଟଣା ଘଟିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Dead-1557693491.jpg)