ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ଗୁଆଗଡିଆ ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି।ପତିପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହେବା ପରେ ଉଭୟ ବନ୍ଦ କୋଠରୀ ଭିତରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆ ଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/sambad/media/post_attachments/wp-content/uploads/2022/09/ଜ୧.jpg)
ବିବରଣୀରୁ ପ୍ରକାଶ ଯେ ଗୁଆଗଡିଆ ଗ୍ରାମର ଶମ୍ଭୁ ମାଝୀଙ୍କ ପୁଅ ରତିକାନ୍ତ ଓରଫ ରଥିଆ (୨୫) ୩ ମାସ ତଳେ ବାଲେଶ୍ଵର ଅଞ୍ଚଳର ଲିଜା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଗତ ଦୁଇଦିନ ତଳେ ରତିକାନ୍ତ ପତ୍ନୀ ଲିଜାଙ୍କୁ ନେଇ ଶୁଶୁର ଘରକୁ ଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସାଢ଼େ ୫ ଟା ସମୟରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଉଭୟ ସେମାନଙ୍କ କୋଠରୀକୁ ବନ୍ଦ କରିଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ଗଣ୍ଡଗୋଳ ସହ କଥା କଟାକଟି ହୋଇଥିଲା। ଏହି ସମୟରେ ରତିକାନ୍ତଙ୍କ ପୁଅ ବୋହୂଙ୍କୁ ଡାକିଥିଲେ ମଧ୍ୟ ସେମାନେ ଶୁଣିନଥିଲେ।
କିଛି ସମୟ ପରେ ରତିକାନ୍ତ ଘରର କବାଟ ଖୋଲିଥିବା ବେଳେ ଉଭୟ ନିଆଁରେ ଜଳୁଥିବା ଦେଖାଯାଇଥିଲା। ରତିକାନ୍ତ ଘରୁ ବାହାରି ଆସି ପାଖ ପୋଖରୀକୁ ଡିଆଁ ମାରିଥିଲେ। ତେବେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତାପରେ ସେଠାରୁ ପୁଣି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ପହଞ୍ଚିବା ପୂର୍ବରୁ ପତ୍ନୀ ଲିଜାଙ୍କର ମୃତ୍ୟୁ ହୋଇଥିବା ବେଳେ ରତିକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ଜ.jpg)