ଦେବଗଡ଼: ସ୍ବାମୀର ଟାଙ୍ଗିଆବେଣ୍ଟ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଜୟପିଛୁଳା ଗ୍ରାମରେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ଯୁଧିଷ୍ଠିର ମୁଣ୍ଡା(୪୦)କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ରବିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଦୁଇଜଣ ବ୍ୟକ୍ତି ଯୁଧିଷ୍ଠିରଙ୍କ ଘରକୁ ଆସିଥିଲେ।
ଏହି ସମୟରେ ଯୁଧିଷ୍ଠିର ସେଠାରେ ପହଞ୍ଚି ପତ୍ନୀ ପୁରାନି ମୁଣ୍ଡା(୩୬)ଙ୍କୁ ଗାଳିଗୁଲଜ କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ ବେଣ୍ଟରେ ତାଙ୍କୁ ମାରପିଟ କରିଥିଲେ। ଏଥିରେ ପୁରାନିର ମୃତ୍ୟୁ ଘଟିଥିଲା। ତେବେ ବାରକୋଟ ଥାନା କଲା ଗ୍ରାମରେ ରହୁଥିବା ପୁରାନିଙ୍କ ଭାଇ ଜଗାବଳିଆ ଶବରଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଫୋନ କରି ସୂଚନା ଦେଇଥିଲେ।
ଜଗାବଳିଆ ଭଉଣୀ ଘରକୁ ଆସି ଦେଖିଲେ ଯେ, ତାଙ୍କର ପୁରାନିଙ୍କ ଶବ ବାରଣ୍ଡାରେ ପଡ଼ିଛି। ଏ ନେଇ ସେ ବାରକୋଟ ଥାନାରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁଧିଷ୍ଠିରକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/3-13.jpg)