ବାରିପଦା: ନିଜର କ୍ୟାନ୍ସର ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିଲେ ବାରିପଦା ପୌରାଞ୍ଚଳ ୱାର୍ଡ ନଂ-୧୫ର ବାସିନ୍ଦା ସୁବ୍ରତ ରଞ୍ଜନ ସେଠୀ(୪୨)। ଗଳା କ୍ୟାନ୍ସରର ୪ର୍ଥ ପର୍ଯ୍ୟାୟରେ ଥିବା ସୁବ୍ରତ କେମୋ ଆଦି ଚିକିତ୍ସା ପାଇଁ ବାଙ୍ଗାଲୋରରେ ଥିବା ନାରାୟଣ ହେଲ୍ଥ ଗ୍ରୁପ୍ର ମଜୁମ୍ଦାରସ୍ କ୍ୟାନ୍ସର ହସ୍ପିଟାଲ୍କୁ ଯାଇଥିଲେ। ସାଥୀରେ ତାଙ୍କ ପତ୍ନୀ ବୁଲୁବାଳା ଏବଂ ବାପା ଉପେନ୍ଦ୍ରନାଥ ଓ ମା’ ଜାନକୀବାଳା ମଧ୍ୟ ଅଛନ୍ତି। ଗତ୨୪ରେ ହସ୍ପିଟାଲରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଘରକୁ ଫେରିଯିବାପାଇଁ କହିଥିଲେ। ମାତ୍ର ପରେ ସମଗ୍ର ଦେଶରେ ହୋଇଥିବା ଲକ୍ଡାଉନ୍ କାରଣରୁ ବାଙ୍ଗାଲୋର୍ରେ ଥିବା ଶାନ୍ତିନିକେତନ ହୋମ୍ସ ନାମକ ଏକ ହୋଟେଲ୍ରେ ଅଟକି ରହିଯାଇଛନ୍ତି। ଏପଟେ ବାରିପଦାରେ ପୁଅ ଓ ଝିଅ ସେମାନଙ୍କୁ ଆକୁଳ ନୟନରେ ଅପେକ୍ଷା କରି ରହିଛନ୍ତି। ଲକ୍ଡାଉନ୍ ପ୍ରଭାବରୁ ସେମାନେ ରହିଥିବା ହୋଟେଲ୍ରେ ଖାଦ୍ୟ ପଦାର୍ଥ ଧୀରେ ଧୀରେ କମ୍ହେବାରେ ଲାଗିଛି। ସେପଟେ ତାଙ୍କ ଅସୁସ୍ଥ ସ୍ବାମୀଙ୍କୁ ନେଇ ସମସ୍ତେ ଚିନ୍ତିତ। ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ସୁବ୍ରତଙ୍କ ପତ୍ନୀ ବୁଲୁବାଳା ବିନୀତ ଅନୁରୋଧ କରିଛନ୍ତି। ଘରେ ନିଜ ପୁଅ ଝିଅଙ୍କୁ ଯତ୍ନ ନେବାକୁ ମଧ୍ୟ କେହି ନାହାନ୍ତି। ତେଣୁ ବାଙ୍ଗାଲୋର୍ରେ ଅତ୍ୟନ୍ତ ଭୀତତ୍ରସ୍ତ ଅବସ୍ଥାରେ ଚାରିପ୍ରାଣୀ ଥିବା ବୁଲୁବାଳା ଇମେଲ୍ ଜରିଆରେ ଜଣାଇଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ରାଜ୍ୟସରକାର ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।
ଘରେ ପୁଅ ଝିଅ ଅପେକ୍ଷା କରିଛନ୍ତି, ମୋ ରୋଗୀଣା ସ୍ବାମୀଙ୍କୁ ଏଠୁ ଉଦ୍ଧାର କର’
କ୍ୟାନ୍ସର ଚିକିତ୍ସା ପାଇଁ ଯାଇଥିବା ରୋଗୀ ବାଙ୍ଗାଲୋରରେ ଅଟକ
/sambad/media/post_attachments/wp-content/uploads/2020/03/Persons-detained-in-Bengaluru-with-a-patient.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)