ଝାରସୁଗୁଡ଼ା : ଝାରସୁଗୁଡ଼ା ଟାଉନ୍ ଥାନା ବେହେରାମାଲ ଅଞ୍ଚଳରେ ଜଣେ ମହିଳା ଶନିବାର ତାଙ୍କ ସ୍ବାମୀଙ୍କୁ ଗାଧୁଆ ଘରେ ବନ୍ଦ କରି କୁଆଡ଼େ ଚମ୍ପଟ ମାରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରସୁଗୁଡ଼ାର ଏକ ପ୍ଲାଣ୍ଟରେ କାମ କରୁଥିବା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ବେହେରାମାଲଠାରେ ଏକ ଭଡ଼ା ଘରେ ସ୍ତ୍ରୀ ଓ ଯୁକ୍ତ ଦୁଇ ପଢ଼ୁଥିବା ପୁଅକୁ ନେଇ ରହୁଥିଲେ। ପୁଅ ଏକ କୋଠରିରେ ଶୋଇଥିବା ବେଳେ ସ୍ବାମୀ ଗାଧୁଆ ଘରେ ଗାଧୋଉଥିଲେ। ଏହି ସମୟରେ ମହିଳା ଜଣଙ୍କ ଗାଧୁଆ ଘରକୁ ବାହାର ପଟୁ ବନ୍ଦ କରି କୁଆଡ଼େ ଚମ୍ପଟ ମାରିଥିଲେ। ଗାଧୋଇ ସାରି ସ୍ବାମୀ କବାଟ ଖୋଲିବା ବେଳେ କବାଟ ବନ୍ଦ ଥିବାରୁ ପାଟି କରିଥିଲେ। ଶୋଇବା ଘରେ ଥିବା ପୁଅ କବାଟ ଖୋଲିଥିଲା। ଆଜିକୁ ଦୁଇଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ମହିଳାଙ୍କ କୌଣସି ପତ୍ତା ମିଳିନାହିଁ। ମହିଳା ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଥିବା ଚର୍ଚ୍ଚା ହେଉଛି। ଏ ନେଇ ଥାନାରେ ମଧ୍ୟ ଏକ ରିପୋର୍ଟ ହୋଇଥିବା ଜଣାଯାଇଛି।
ସ୍ବାମୀଙ୍କୁ ଗାଧୁଆ ଘରେ ବନ୍ଦ କରି ସ୍ତ୍ରୀ ଫେରାର!
/sambad/media/post_attachments/wp-content/uploads/2020/02/ww.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)