ପୁଲିସ ସ୍ୱାମୀ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ: ଅନ୍ୟ ଲୋକଙ୍କର ଅଭିଯୋଗ ଶୁଣୁଥିବା ପୁଲିସ ବାବୁଙ୍କ ନାମରେ ଆସିଛି ଅଭିଯୋଗ। ଏହି ଅଭିଯୋଗ କେହି ନୁହେଁ ପୁଲିସ ବାବଙ୍କୁ ପତ୍ନୀ କରିଛନ୍ତି। ପୁଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଛନ୍ତି ନିର୍ଯାତନାର ଅଭିଯୋଗ। ଅଭିଯୁକ୍ତ ପୁଲିସ ଓଏସଏପି ଫୋର୍ଥ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାରେ ପୁଲିସ ବାବୁଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ପୁଲିସ ବାବୁଙ୍କ ସ୍ତ୍ରୀର ଅଭିଯୋଗ ମୁତାବକ, ସୋମବାର ସକାଳେ ସ୍ୱାମୀ ମୋର ଝିଅକୁ ମାଡ ମାରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ଆଉ ଏଭଳି ଘଟଣା ପ୍ରଥମ ନୁହେଁ ପ୍ରତିଦିନ ସ୍ୱାମୀ ଦୁଇ ଝିଅଙ୍କୁ ମାଡ ମାରିବା ସହିତ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥାଆନ୍ତି। ଶେଷର ସ୍ୱାମୀଙ୍କ ଅତ୍ୟାଚାରକୁ ସହ୍ୟ କରି ନପାରି ଥାନାରେ ଅଭିଯୋଗ ଦେଇଥିଲା।

ଏହି ଘଟଣା ନେଇ ପୂର୍ବରୁ ଉକ୍ତ ମହିଳା ଜଣଙ୍କ ସ୍ୱାମୀଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାଙ୍କ ଏତଲା ଗ୍ରହଣ କରା ଯାଇ ନଥିଲା । ଏପରିକି ତାଙ୍କୁ ଘରେ ଏସବୁର ସମାଧାନ କରିବାକୁ କହୁଯାଇଥିଲା। ଏହାପରେ ପୁଣିଥରେ ତାଙ୍କୁ ହାବିଲଦାର ସ୍ୱାମୀ ନିର୍ଯାତନା ଦେବା ସହିତ ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏଭଳି ର୍ନିଯ୍ୟାତନା ଦେବା ପଛରେ ଅନ୍ୟ ଏକ କାରଣ ସମ୍ପତ୍ତି ବୋଲି ପୁଲିସ ବାବାଙ୍କୁ ପତ୍ନୀ କହିଛନ୍ତି।

ପୁଲିସ ବାବୁ ସ୍ତ୍ରୀଙ୍କ କହିବା ଅନୁଯାୟୀ, ତାଙ୍କ ନାମରେ ଥିବା ଜମିକୁ ବିକ୍ରି କରିବାକୁ ବାରମ୍ବାର ସ୍ୱାମୀ ବାଧ୍ୟ କରୁଥିଲେ । ତାଙ୍କ କଥାରେ ମୁଁ ରାଜି ନ ହେବାରୁ ମୋତେ ପ୍ରତିଦିନ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିଥାଆନ୍ତି। ମୁଁ ଏପରି କରିବାକୁ ବାରଣ କରିବାରୁ ମୋର ଝିଅଙ୍କୁ ବି ମାରିବାକୁ ପଛାନ୍ତି ନାହିଁ ସେ।

ସମ୍ବନ୍ଧିତ ଖବର