ପରକୀୟା ପ୍ରୀତି ଅଭିଯୋଗ, ଥାନାରେ ମାମଲା: ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ

ରାଜଗାଙ୍ଗପୁର : ରାଜଗାଙ୍ଗପୁରର ବିବାଦୀୟ ତହସିଲଦାର ଶରତ କୁମାର ବାଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପତ୍ନୀ ଦାଲିଆ ଦେବନାଥ। ଶରତଙ୍କ ପରକୀୟା ପ୍ରୀତି ଯୋଗୁ ସେମାନଙ୍କ ୩ ଝିଅଙ୍କ ଭବିଷ୍ୟତ ବିପନ୍ନ ହୋଇଥିବା ଅଭିଯୋଗ କରି ଝିଅମାନଙ୍କୁ ତାଙ୍କୁ ଫେରାଇଦେବାକୁ ସେ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ଶ୍ରୀମତୀ ଦେବନାଥ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ରାଜଗାଙ୍ଗପୁର ତହସିଲଦାରଙ୍କ ସହ ତାଙ୍କର ବିବାହ ୨୦୦୬ରେ ହୋଇଥିଲା। ପରେ ସେମାନଙ୍କର ୩ଟି କନ୍ୟାସନ୍ତାନ ହୋଇଥିଲେ। ବିବାହର ମାତ୍ର ୫ ବର୍ଷ ପରେ ବଲାଙ୍ଗିରରେ ଜଣେ ଅବିବାହିତା ଯୁବତୀଙ୍କ ସହିତ ଶ୍ରୀ ବାଗଙ୍କର ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏ ନେଇ ଝାରସୁଗୁଡ଼ା ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣାରେ ତହସିଲଦାର ଜାମିନରେ ଅଛନ୍ତି। କଥା ଏତିକିରେ ସରି ନଥିଲା। ତହସିଲଦାରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିବା ବେଳେ ଶ୍ରୀ ବାଗ ଅନେକ ମହିଳାଙ୍କ ସହିତ ମିଳାମିଶା ଚାଲୁ ରଖିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ନିକଟରେ ଝିଅମାନେ ରହିବା ନିରାପଦ ନୁହେଁ। ଏଣୁ ତାଙ୍କର ୩ କନ୍ୟାଙ୍କୁ ଫେରାଇ ନେବା ପାଇଁ ପୀଡ଼ିତା ରାଜଗାଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର