ସ୍ବାମୀର ଠେଙ୍ଗାମାଡ଼ରେ ସ୍ତ୍ରୀ ମୃତ

ଯଶିପୁର/ପଦ୍ମପୁର: ସ୍ବାମୀଙ୍କ ମାଡ଼ରେ ପତ୍ନୀଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଚାକିଡ଼ି ପଞ୍ଚାୟତରେ।

ସୂଚନା ଅନୁସାରେ; ଚାକିଡ଼ି ପଞ୍ଚାୟତ ଦଲକିବେଡ଼ା ଗ୍ରାମର ଭମରତ ଦିଗାର (୪୫) ଆଜି ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ପତ୍ନୀ ମକରୀ (୩)ଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଭରତ ରାଗିଯାଇ ଏକ ଠେଙ୍ଗାରେ ମକରୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏପରି ବର୍ବର କାଣ୍ଡ ଭିଆଇବା ପରେ ଭରତ ଫେରାର୍‌ ହୋଇ ଯାଇଥିବା ବେଳେ ଗ୍ରାମବାସୀ ଘଟଣା ସମ୍ପର୍କରେ ଯଶିପୁର ଥାନାକୁ ଜଣାଇଥିଲେ। ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ଏବଂ ସବ୍‌ଇନ୍‌ସପେକ୍ଟର ପର୍ଶୁରାମ ଜେନା ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚି ଶବ ଜବତ ସହ ଘଟଣାର ତଦନ୍ତ କରିଛନ୍ତି। ଏନେଇ ଯଶିପୁର ଥାନାରେ ୧୩୬/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଭରତଙ୍କୁ ଦଲକିବେଡ଼ା ଜଙ୍ଗଲରୁ ଗିରଫ କରା ଯାଇଛି। ତାଙ୍କୁ ଥାନା ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର