ଲୁହା ନଳୀରେ ସ୍ତ୍ରୀଙ୍କୁ ପିଟି ମାରିଦେଲା ସ୍ୱାମୀ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ସାଲେଇବେଡା ଗ୍ରାମରେ ବାସ କରୁଥିବା ଖଡିଆ ବସ୍ତିରେ ସ୍ୱାମୀ ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶଯେ, ୨୦୨୦ ଜାନୁଆରି ୨୪ ତାରିଖରେ ଶିମିଳିପାଳ ଆଭ୍ୟନ୍ତର ଖେଜୁରୀ ଗ୍ରାମରୁ ପୁନର୍ବସନ ଯୋଜନାରେ ଆସିଥିଲେ ୧୧୩ଟି ଖଡିଆ ପରିବାର। ପ୍ରତ୍ୟେକ ପରିବାରକୁ ଗୃହ, ୧୦ ଡେସିମିଲ ଜାଗା ଏବଂ ୧୦ ଲକ୍ଷ ଲେଖାଏଁ ସାହାଯ୍ୟ ମିଳିଥିଲା। ସମସ୍ତ ସହାୟତା ହାସଲ କରି ଗିରିଶ ଦେହୁରୀ ପରିବାର ଆସି ସାଲେଇବେଡାରେ ଥଇଥାନ ହୋଇଥିଲେ। ଗିରିଶ ଏବଂ ପତ୍ନୀ ଭୁଲିର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ବଡ଼ ପୁଅ ଖେଜୁରୀରେ ଜନ୍ମ ହୋଇଥିବାବେଳେ ସନ ପୁଅ ସାଲେଇବେଡାରେ ଜନ୍ମ। ଗିରିଶ ସର୍ବଦା ନିଶା ଗ୍ରସ୍ତ ରହୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ୮ ତାରିଖ ରାତିରେ ଗିରିଶ ନିଶାରେ ଗୋଟିଏ ଲୁହା ଫୁଙ୍କା ନଳୀରେ ମୁଣ୍ଡକୁ ପିଟି ଦେବାରୁ ଭୁଲି ଘର ଭିତରେ ହିଁ ମୃତ୍ୟୁବରଣ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଗିରିଶକୁ ଗିରଫ କରିବା ସହ ବାରିପଦାରୁ ସାଇଣ୍ଟିଫିକ ଟିମ ମଗାଇଛି।

ସମ୍ବନ୍ଧିତ ଖବର