ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଓ ଗାଲେରୀ ଫାଣ୍ଡି ଅଧୀନ କାଳିଝିରି ଗ୍ରାମରେ ସୁଷମା ମଲ୍ଲିକଙ୍କୁ ସ୍ବାମୀ ବିନୋଦ ମଲ୍ଲିକ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ସକାଳେ ବିନୋଦ ଓ ସୁଷମାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ସୁଷମାଙ୍କୁ ବିନୋଦ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ। ସୁଷମାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା।
ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିବା ବେଳେ ସୁଷମାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏନେଇ କୌଣସି ଏତଲା ଦିଆଯାଇ ନଥିବା ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/attack1.jpg)