ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା: ସ୍ବାମୀକୁ ଆଜୀବନ

ନୂଆପଡ଼ା: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣାରେ ଶନିବାର ନୂଆପଡ଼ା ଜିଲ୍ଲା ଦୌରାଜଜ ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାମତେ, ୩୧ ଜାନୁଆରି ୨୦୧୬ରେ ଖଡ଼ିଆଳ ଥାନା ବହଲପଦର ଗ୍ରାମର ଲାଏବାନ ଠେଲା ଝିଅ ବାସନ୍ତୀ ଛତ୍ରିଆଙ୍କୁ ଖଡ଼ିଆଳ ସୁନାରିସିକୁଆଁ ଗ୍ରାମର ମୋତିଲାଲ ଛତ୍ରିଆଙ୍କୁ ବିବାହ ଦେଇଥିଲେ। ବାସନ୍ତୀ ଅନ୍ୟ ପୁରୁଷଙ୍କ ସହ କଥା ହେଉଥିବା ଜାଣିବା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସହ ଗଣ୍ଡଗୋଳ ହେଉଥିଲା। ଏହାକୁ ନେଇ ମୋତିଲାଲ ରାଗିଯାଇ ୭ ମାର୍ଚ୍ଚ ୨୦୧୯ରେ ବାସନ୍ତୀଙ୍କୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାସନ୍ତୀଙ୍କ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ବାସନ୍ତୀଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ନେଇ ଖଡ଼ିଆଳ ଥାନାରେ ଜ୍ବାଇଁ ମୋତିଲାଲଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ମୋତିଲାଲକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୬ ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି କରାଯାଇଥିଲା। ୨୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜିଲ୍ଲା ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ଅଭିଯୁକ୍ତ ମୋତିଲାଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି। ସରକାରୀ ପିପି ବେଣୁଲାଲ ପ୍ରଧାନ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର