ମଦ୍ୟପ ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ

ଝାରବନ୍ଧ : ୨୫ ବର୍ଷ ତଳେ ବାହା ହୋଇଥିଲି। ପିଲାମାନେ ବି ବାହା ହେଲେଣି। ତଥାପି ଗୋଟିଏ ଦିନ ଶାନ୍ତିରେ ରହିପାରିଲିନି। ସବୁ ଦିନେ ମଦ ପିଇ ଗାଳିଗୁଲଜ କରି ମାଡ଼ ମାରୁଥିଲା। ଆଉ କେତେ ସହିବି? ଶେଷରେ ମାରି ଦେଲି। ଏହା ହେଉଛି ଜଣେ ମଦ୍ୟପ ସ୍ବାମୀର ସ୍ତ୍ରୀଙ୍କ ସ୍ୱୀକାରୋକ୍ତି l ନିଜ ମଥାର ସିନ୍ଦୂର ନିଜେ ପୋଛି ସ୍ତ୍ରୀ ସାଜିଛି ମଦ୍ୟପ ସ୍ବାମୀର ହତ୍ୟାକାରୀ।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ କୁଶମଦର୍ହା ଗ୍ରାମରେ l ସଦାଶିବ ବରିହା( ୪୯) ପ୍ରତିଦିନ ପରି ଗତକାଲି ରାତିରେ ନିଶାଶକ୍ତ ଅବସ୍ଥାରେ ଘର ଲୋକଙ୍କୁ ଗାଳିଗୁଲଜ କରିଥିଲା। ସ୍ତ୍ରୀ ସମାରୀ (୪୫) ବୁଝାସୁଝା କରି ବିଫଳ ହେବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀକୁ ମାଡ଼ ମାରିବାକୁ ବାଧ୍ୟ ହୋଇଥିଲା। ସଦାଶିବ ଘରୁ ବାହାରି ଗାଁ ଦାଣ୍ଡକୁ ଚାଲିଯିବାରୁ ସ୍ତ୍ରୀ ପଛେପଛେ ଗୋଡ଼ାଇ ଗାମୁଛାରେ ସ୍ୱାମୀର ବେକକୁ ଭିଡ଼ି ଧରିଥିଲେ। କିଛି ସମୟ ପରେ ସ୍ବାମୀର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର