ମଦ୍ୟପ ସ୍ବାମୀକୁ ହତ୍ୟାକଲା ସ୍ତ୍ରୀ

କପ୍ତିପଦା/କଟୁରିଆ/ଶାଳଚୁଆ : ମଦ୍ୟପ ସ୍ବାମୀର ନିର୍ଯାତନାରେ ଅତିଷ୍ଠ ହୋଇ ସ୍ବାମୀକୁ ଜଳନ୍ତା କାଠଫାଳିଆରେ ପିଟି ପିଟି ହତ୍ୟା କରିଛି ସ୍ତ୍ରୀ। ପରେ ୩ ସନ୍ତାନଙ୍କୁ ନେଇ ଫେରାର୍‌ ହେବାକୁ ବସିଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏମିତି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅନ୍ତର୍ଗତ ଦେବାନବହାଳୀ ପଞ୍ଚାୟତ ଶିରିଆପାଳ ଗ୍ରାମର ଲଉଡ଼ିହା ସାହିରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲାଦୁରା ସିଂ ବାଲମୁଚ୍‌ (୩୮) ପ୍ରାୟ ସମୟରେ ନିଶାସେବନ କରି ଘରେ ପାଟିତୁଣ୍ଡ କରୁଥିଲା। ଘରେ ୧୨ ଓ ୧୦ ବର୍ଷର ୨ ଝିଅ, ୮ ବର୍ଷର ପୁଅକୁ ନେଇ ରହୁଥିବା ସ୍ତ୍ରୀ ଗୁରୁବାରୀ ସିଂ ବାଲମୁଚ (୩୫) ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତକାଲି ରାତିରେ ଗୁରୁବାରୀ ଚୁଲିରେ ଭାତ ବସାଇ ପାଖ ଦୋକାନକୁ ଡାଲି କିଣିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ସ୍ବାମୀ ଲାଦୁରା ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ପାଟିତୁଣ୍ଡ କରୁଥିବା ଦେଖିଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଚୁଲିରେ ଜଳୁଥିବା କାଠଫାଳିଆ ଟାଣି ଆଣି ଲାଦୁରାଙ୍କ ମୁଣ୍ତକୁ ଏକ ଶକ୍ତ ପ୍ରହାର ଦେଇଥିଲେ ଗୁରୁବାରୀ। ଫଳରେ ଘଟଣାସ୍ଥଳରେ ଲାଦୁରାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର