ନୀଳଗିରି: ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମର। ଗ୍ରାମର ଗୁତୁବାରି ସିଂହ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ୍ଙ୍କ ମଧ୍ୟରେ ଝଗଡ଼ା ହୋଇ କୌଣସି ଘଟଣା ନେଇ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସ୍ୱାମୀ ବୁଟୁ ସିଂହଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ପରେ ବୁଟୁ ସିଂହଙ୍କ ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2021/06/2879adf8-3490-46a5-b28f-d0f007f7ef68.jpg)
ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଶବ ଜବତ ପରେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛନ୍ତି ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା। ତେବେ ହତ୍ୟା କାଣ୍ଡର କାରଣ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Women-Killed-Her-Husband_Thumbnail.jpg)