ଧରାକୋଟ : ସାମାନ୍ୟ ପାରିବାରିକ କଳହର ଭୟାବହ ପରିଣାମ। ଭଉଣୀ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବଡ଼ଗଡ଼ ଥାନା ଅଧୀନ ଓଳମ୍ବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ପଞ୍ଚାନନ ନାୟକ (୪୦)। ପଞ୍ଚାନନଙ୍କୁ ପତ୍ନୀ କୁନି ନାୟକ ଓ ଦେଡ଼ଶାଶୂ ବୈଜୟନ୍ତୀ ନାୟକ ସଂଘବଦ୍ଧ ଭାବେ ମିଶି ଗଳା ଚିପି ହତ୍ୟା କରିଛନ୍ତି। ସେହିପରି ମୃତକ ପଞ୍ଚାନନଙ୍କ ଦ୍ବାରା କାତି ଆକ୍ରମଣରେ କୁନି ଓ ବୈଜୟନ୍ତୀ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ କେସ୍ ନମ୍ବର ୨୬୨ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି।
ଧରାକୋଟ : ଭଉଣୀ ସହ ମିଶି ସ୍ବାମୀଙ୍କୁ ହତ୍ୟା
/sambad/media/post_attachments/wp-content/uploads/2020/06/dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)