ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ମହିଳା ନିଜ ସିନ୍ଦୁରକୁ ନିଜେ ପୋଛି ଦେଇଛି। ନିର୍ଯ୍ୟାତନା ଅସହ୍ୟ ହେବାରୁ ଜଣେ ମହିଳା ନିଜର ୨ ପୁଅଙ୍କ ସହ ମିଶି ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମହିଳା ଓ ତାଙ୍କର ୨ ପୁଅକୁ ଗିରଫ କରିଛି। ମୃତକ ହେଲେ ସୂର୍ଯ୍ୟ ପାହାନ।
ସୂଚନା ଅନୁସାରେ ସୂର୍ଯ୍ୟ ପାହାନ ଓ ତାଙ୍କର ସ୍ତ୍ରୀଙ୍କ ମଧ୍ୟରେ ନିଦିଦିନିଆ ଝଗଡ଼ା ଲାଗି ରହୁଥିଲା। ଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଏହା ଭୟଙ୍କର ରୂପ ନେଇଥିଲା। ସୂର୍ଯ୍ୟ ପୁହାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କ ହାତରେ ଜୀବନ ହରାଇଥିଲେ। ଖବରପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ପୁଲିସ ଓ ସାଇଣ୍ଟଫିକ୍ ଟିମ୍ ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ଘଟଣା ସଂପର୍କରେ ଅଧିକ ସୂଚନା ଦେବ ବୋଲି ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/8fc5ff3e-5583-4080-82b6-667db6385468.jpg)