ତାଳଚେର: ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଦେଖାଯାଇଥିବା ପାରିବାରିକ କଳି ଭୟଙ୍କର ରୂପ ନେଇଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଟଳିପଡ଼ିଛି। ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରି ଥାନା ଅନ୍ତର୍ଗତ ଡେରା ପାଣିହାଟିଙ୍ଗ ଠାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ଜ୍ୟୋତି ମୁଣ୍ଡା (୪୫)। ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ଅଛି।

Advertisment

ପୁଲିସ୍‌ ସୂଚନା ମୁତାବକ, ଦେବଗଡ଼ ଜିଲ୍ଲାର ବାଲିସାହି ଅଞ୍ଚଳରୁ ଆସି ସ୍ବାମୀ ଓ ସ୍ତ୍ରୀ ଦୀର୍ଘ ବର୍ଷ ହେଲା ଡେରା ଅଞ୍ଚଳର ମୁଣ୍ଡା ହଟିଂରେ ରହୁଥିଲେ। ଆଜି ହଠାତ କୌଣସି କାରଣକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସ୍ବାମୀ ରାଗାଯାଇ ଏକ ଟାଙ୍ଗିଆରେ ତାର ସ୍ତ୍ରୀ ଜ୍ୟୋତି ମୁଣ୍ଡାର ମୁଣ୍ଡ କାନ୍ଧ ଏବଂ ବେକରେ ଚୋଟ ପରେ ଚୋଟ ପକାଇଥିଲା। ପରେ ସ୍ତ୍ରୀର ମୃତ୍ୟୁ ହେବା ପରେ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଏ ଖବର ପାଇ ଘଟଣାସ୍ଥଳରେ କୋଲିୟାରି ଥାନା ଅଧିକାରୀ ଏବଂ ଅନ୍ୟକର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୁଲିସ୍‌ ମୃତଦେହ ଜବତ କରିବା ସହିତ ତାଳଚେର ଉପଖଣ୍ଡ ଚିକିତ୍ସାଳୟର ​ଶବାଗାରରେ ରଖିଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ହତ୍ୟାରେ ବ୍ୟବହୃତ ହେଇଥିବା ଟାଙ୍ଗିଆକୁ ପୁଲିସ୍‌ ଜବତ କରିଛି।