ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ପତ୍ନୀ ବିୟୋଗ; ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର, ମୁଖାଗ୍ନି ଦେଲେ ଝିଅ

ସୋନପୁର/ବୀରମହାରାଜପୁର: ରାଜ୍ୟ ମାନବାଧିକାର କମିସନର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ପତ୍ନୀ ନେତ୍ରମଣି ପୂଜାହାରୀଙ୍କ ରବିବାର  ମୁମ୍ବାଇସ୍ଥିତ ଏକ ଘରୋଇ ଡାକ୍ତରଖାନା( ୫୫) ବର୍ଷ ବୟସରେ ପରଲୋକ ଘଟିଛି। ସପ୍ତାହେ ପୂର୍ବରୁ ନେତ୍ରମଣିଙ୍କ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ରବିବାର ଭୋର  ଘ୫.୩୦ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିଲା । ସେଠାରୁ ନେତ୍ରମଣିଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ଵର ଆଣିବା ପରେ ରାଜ୍ୟର  ବହୁ ବିଚାରପତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୋମବାର ପୂର୍ବାହ୍‌ଣ ୧୦.୩୦ ମିନିଟ୍‌ରେ ପୁରୀ ସ୍ବର୍ଗଦ୍ଵାରଠାରେ ନେତ୍ରମଣିଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏକ ମାତ୍ର ଝିଅ ଝିଅ ମିମାଂସା ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତା ପୂଜାରୀଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସମଗ୍ର ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ମାନବିକ ଅଧିକାର କମିସନ ଅଧ୍ୟକ୍ଷ ବିଚାରପତି ଶତ୍ରୁଘନ ପୂଜାହାରୀଙ୍କ ଜନ୍ମଗ୍ରାମ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା  ଏହି ଖବର ଜାଣିଲାପରେ  ବରିଷ୍ଠ ଆଇନଜୀବୀ ତଥା ସମ୍ବାଦିକ ନନ୍ଦ କିଶୋର ମିଶ୍ର, ସମ୍ବଲପୁର ବରିଷ୍ଠ ଆଇନଜୀବୀ ବିଜୟ କୁମାର ପୁରୋହିତ, ଅଶୋକ କୁମାର ପୁରୋହିତ, ଆଇନଜୀବୀ ଧୀରେନ୍ଦ୍ର ନାରାୟଣ ପଣ୍ଡା, ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର, ସମ୍ବଲପୁର ବରିଷ୍ଠ ଆଇନଜୀବୀ ପ୍ରଦିପ କୁମାର ମିଶ୍ର, ବିଚାରପତି ପୂଜାହାରୀଙ୍କ ପୁତୁରା, ସ୍ବର୍ଗତା ପୂଜାହାରୀଙ୍କ ତିନି ଭାଇ, ପରିବାର ସଦସ୍ୟଙ୍କ ସମେତ ବୀରମହାରାଜପୁରର ଅଞ୍ଚଳର ବହୁମାନ୍ୟଗନ୍ୟ ବ୍ୟକ୍ତି ପୁରୀ ଯାଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର