ବିଧାୟକଙ୍କ ପତ୍ନୀ ଦାଖଲ କଲେ ନାମାଙ୍କନ ପତ୍ର, ସମିତି ସଭ୍ୟ ପାଇଁ ନିର୍ବାଚନ ଲଢିବେ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଆଉ ଆଜି ସମସ୍ତ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରୁଛନ୍ତି । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଧର୍ମପତ୍ନୀ ଶୁଭ୍ରାନ୍ତି ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛଆଁ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସ୍ଥାନୀୟ ବିଧାୟକଙ୍କ ଧର୍ମପତ୍ନୀ ହୋଇଥିବାରୁ କଣାସ ଅଞ୍ଚଳରେ ରାଜନୈତିକ ବାରବାରଣ ସରଗରମ ହେବାରେ ଲାଗିଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମର୍ଥକ ଏବଂ ପ୍ରସ୍ତାବକଙ୍କ ସହ ଶୁଭ୍ରାନ୍ତି ସାମନ୍ତରାୟ କଣାସ ବ୍ଲକ ବିଡିଓଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଶକଲ ଶେଷ ଦିନ । ଆଜି ବଳକା ଥିବା ସମସ୍ତ ପ୍ରାର୍ଥୀ ନିଡଜ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ସେଥିପାଇଁ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ରାଜନୈତିକ ତାତି ମଧ୍ୟ ଦେଖିବାକୁ ମିଳିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରଣନୀତି ଆପଣାଉଛନ୍ତି ରାଜନୈତିକ ଦଳ ।

ସମ୍ବନ୍ଧିତ ଖବର