ବାରିପଦା : ବାରିପଦାର ସୁନାମଧନ୍ୟ ଭେଷଜ ଚିକିତ୍ସକ ତଥା ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଡ. ନିରଞ୍ଜନ ରାଉତଙ୍କ ପତ୍ନୀ କାନନବାଳା ରାଉତଙ୍କର ପରଲୋକ ଘଟିଛି। ଆଜି ସକାଳ ୧୦ଟା ବେଳେ ହୃଦଘାତରେ ଲାଲବଜାର ସ୍ଥିତ ନିଜ ବାସଭବନରେ ଶ୍ରୀମତୀ ରାଉତ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଶ୍ରୀ ରାଉତ ଉପସ୍ଥିତ ଥିଲେ। ସ୍ବର୍ଗତଃ ରାଉତଙ୍କର ଦୁଇ ଝିଅ ବାହାରେ ରହୁଥିବାବେଳେ ମୃତ୍ୟୁ ଖବର ପାଇ ଆଜି ମଧ୍ୟରାତ୍ରରେ ବାରିପଦାରେ ପହଞ୍ଚିଥିବା ଜଣାପଡ଼ିଛି। ସ୍ବର୍ଗତଃ ରାଉତ ଜଣେ ମିଷ୍ଟଭାଷିନୀ ଏବଂ ଧର୍ମପରାୟଣା ମହିଳାଭାବେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବାରିପଦାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ରବିବାର ସକାଳେ ସ୍ଥାନୀୟ ବାରୁଣୀ ଘାଟାରେ ସ୍ବର୍ଗତାଃ ରାଉତଙ୍କର ଶେଷକୃତ୍ୟୁ ସମାପନ ହେବାର କାର୍ଯ୍ୟକ୍ରମ ରହିଛି।
ବାରିପଦା : ପୂର୍ବତନ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବଙ୍କ ପତ୍ନୀ ବିୟୋଗ
/sambad/media/post_attachments/wp-content/uploads/2020/09/Kananbala-Rout-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)